ଝାରବନ୍ଧ,୧୨।୩(ଡି.ଏନ.ଏ.): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁମୀର ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚ ଏବଂ ସ୍ବାମୀ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଉକ୍ତ ପଞ୍ଚାୟତରେ ଯମୁନା ସାହୁ ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନରେ ତାଙ୍କ ସ୍ବାମୀ ଭିକାରୀ ଚରଣ ସାହୁ ନିର୍ବାଚିତ ହୋଇଛନ୍ତି। ଏହି ଦମ୍ପତି ସରପଞ୍ଚ, ନାଏବ ସରପଞ୍ଚ ପଦବୀରେ ରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଭିକାରୀ ପୂର୍ବରୁ ଉକ୍ତ ପଞ୍ଚାୟତରେ ୩ଥର ସରପଞ୍ଚ ନିର୍ବାଚିତ ହୋଇଥିଲେ। ଗତ ପଞ୍ଚାୟତ ଭୋଟରେ ସରପଞ୍ଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ତାଙ୍କ ସ୍ତ୍ରୀ ନିର୍ବାଚନ ଲଢିଥିଲେ। ଅନ୍ୟପଟେ ଭିକାରୀ ୱାର୍ଡ଼ସଭ୍ୟ ପଦବୀରେ ଲଢ଼ି ଜିତିଥିଲେ।