Categories: ଫୁରସତ

ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…

ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ ବସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ଏକ ସହରର। ଯେଉଁଠି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସ୍ତ୍ରୀ ମଦ ନିଶାରେ ଥିଲେ। ସେ ତାଙ୍କ ସ୍ବାମୀଙ୍କୁ କହିଲେ ମୋତେ କ୍ଷମା ମାଗ। ମାତ୍ର ସେ କ୍ଷମା ନ ମାଗିବାରୁ ସେ ରାଗରେ ସ୍ବାମୀଙ୍କ ମୁହଁ ଉପରେ ବସିଗଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। କାରଣ ମହିଳାଙ୍କ ଓଜନ ୧୦୧ କିଲୋଗ୍ରାମ ଥିଲା। ବ୍ୟକ୍ତିଜଣକ ନିଃଶ୍ୱାସ ନେଇପାରି ନ ଥିଲେ। ମହିଳା ଜଣକ ସେତେବେଳ ଯାଏ ଉଠି ନ ଥିଲେ ଯେତେବେଳ ଯାଏ ସ୍ବାମୀଙ୍କ ନିଃଶ୍ୱାସ ବନ୍ଦ ହୋଇ ନ ଥିଲା। କିଛି ସମୟ ମଧ୍ୟରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା। ଏହା ଜାଣିବା ପରେ ମହିଳା ଜଣଙ୍କ ତାଙ୍କ ଉପରୁ ଓହ୍ଲାଇ ଆସିଥିଲେ।

Share