Categories: ଫୁରସତ

ଟ୍ରେନ୍‌ ପ୍ଲାଟଫର୍ମରେ ସ୍ବାମୀଙ୍କୁ ଚାପୁଡା ପରେ ଚାପୁଡା ମାରି ଚାଲିଲେ ସ୍ତ୍ରୀ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ସାଧାରଣ କଥା। କିନ୍ତୁ ଆଜିକାଲି ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ସ୍ବାମୀ-ସ୍ତ୍ରୀ ପରସ୍ପରକୁ କଡ଼ା ଟକ୍କର ଦେଉଥିବାର ନଜର ଆସିଛନ୍ତି। ଏହି ଘଟଣା ଏକ ରେଳ ଷ୍ଟେଶନରେ ଘଟିଛି।
ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଟ୍ରେନ ପ୍ଲାଟଫର୍ମରେ ଏକ ଦମ୍ପତି ଠିଆ ହୋଇଛନ୍ତି। ପ୍ରଥମେ କିଛି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଏହା ପରେ ହଠାତ୍‌ ମହିଳାଙ୍କ କ୍ରୋଧ ଏତେ ବଢିଯାଇଛି ଯେ ସେ ତାଙ୍କ ସ୍ବାମୀଙ୍କୁ ସର୍ବସାଧାରଣରେ ଟାଣି ଆଣି ଚାପୁଡ଼ା ପରେ ଚାପୁଡା ମାରିଛନ୍ତି। ଚାପୁଡ଼ା ମାରିବା ପରେ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ତା’ପରେ ମହିଳା ଜଣକ ନିଜର ଶକ୍ତି ପ୍ରଦର୍ଶନ କରି ସ୍ବାମୀଙ୍କ ତଳେ ପକାଇ ଦେଇଥିଲେ। ତଳେ ଫୋପାଡିବା ପରେ ମହିଳା ତାଙ୍କ ସ୍ବାମୀଙ୍କୁ ଆହୁରି ଅନେକ ଥର ଚାପୁଡ଼ା ମାରିଛନ୍ତି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ଝଗଡା ଦେଖି ଅନେକ ଲୋକ ଏକତ୍ରିତ ହୁଅନ୍ତି। କିନ୍ତୁ ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ସେମାନଙ୍କ ମଧ୍ୟରେ ଚାଲିଥିବା ଝଗଡାକୁ କେହି ରୋକିବାକୁ ଚେଷ୍ଟା କରିନାହାଁନ୍ତି।

Share