Categories: ଜାତୀୟ

ନାଇଟ ପାର୍ଟିରେ ଓ୍ବାଇଫ୍‌ ସ୍ବାପିଂ, ସୋସିଆଲ ମିଡିଆ ବିଜ୍ଞାପନରେ କମିଶନ ନେଇ ଚାଲିଥିଲା କାରବାର, ୮ ଗିରଫ…

ଚେନ୍ନାଇ,୯।୧୧ : ଚେନ୍ନାଇ ପୋଲିସ ଏକ ବଡ଼ ଅପରାଧ ରାକେଟର ପର୍ଦ୍ଦାଫାଶ କରିଛି। ଏଠାରେ ସୋସିଆଲ ମିଡିଆରେ ବିଜ୍ଞାପନ ମାଧ୍ୟମରେ ଓ୍ବାଇଫ୍‌ ସ୍ବାପିଂ କାର୍ଯ୍ୟ କରାଯାଉଥିଲା। ଚେନ୍ନାଇ ସମେତ କୋଏମ୍ବାଟୁର, ମଦୁରାଇ, ସାଲେମ ଏବଂ ଏରୋଡ ଅଞ୍ଚଳରେ ଗତ ଆଠ ବର୍ଷ ଧରି ଓ୍ବାଇଫ୍‌ ସ୍ବାପିଂ ନାଇଟ ପାର୍ଟି ଆୟୋଜନ କରୁଥିବା ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅନେକ ମହିଳାଙ୍କୁ ମଧ୍ୟ ଉଦ୍ଧାର କରାଯାଛି।

ଏକ ରିପୋର୍ଟ ଅନୁଯାୟୀ, ପଚରାଉଚରା ବେଳେ ଅଭିଯୁକ୍ତଙ୍କ ନାମ ସେନ୍ଥିଲ କୁମାର, କୁମାର, ଚନ୍ଦ୍ରମୋହନ, ଶଙ୍କର, ଭେଲରାଜ, ପେରାରସାନ, ସେଲଭାନ ଏବଂ ଭେଙ୍କଟେଶ କୁମାର ବୋଲି ଜଣାପଡିଛି। ଅଭିଯୁକ୍ତମାନେ ଅନ୍ୟ ପୁରୁଷଙ୍କ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିବା ପୁରୁଷମାନଙ୍କୁ ଟାର୍ଗେଟ କରୁଥିଲେ। ତା’ପରେ ଏହି ଅଭିଯୁକ୍ତମାନେ କିଛି ମହିଳାଙ୍କୁ ନିଜ ସ୍ତ୍ରୀ ଭାବରେ ପରିଚିତ କରାଉଥିଲେ। ଏହା ପରେ ଏକ ଓ୍ବାଇଫ୍‌ ସ୍ବାପିଂ ନାଇଟ ପାର୍ଟିର ଆୟୋଜନ କରାଯାଉଥିଲା ।

ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଜଣେ ଅନୁସନ୍ଧାନକାରୀ କହିଛନ୍ତି ଓ୍ବାଇଫ୍‌ ସ୍ବାପିଂ କରିବା ପାଇଁ ଏହି ଗ୍ୟାଙ୍ଗ ସୋସିଆଲ ମିଡିଆରେ ଏକ ପେଜ ତିଆରି କରିଛି। ଏହି କାର୍ଯ୍ୟ ବଦଳରେ ଅଭିଯୁକ୍ତମାନେ ଗ୍ରାହକଙ୍କଠାରୁ ୧୩,୦୦୦ ରୁ ୨୫,୦୦୦ଟଙ୍କା ଆଦାୟ କରୁଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯଦି ଜଣେ ପୁରୁଷ ମହିଳାଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଥିଲେ, ତେବେ ଏଥିପାଇଁ ତାଙ୍କଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିଲା।

ଅଧିକାରୀମାନେ ୩୦ ରୁ ୪୦ ବର୍ଷ ବୟସର ଅନେକ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତେ ବିବାହିତ ମହିଳା, କିନ୍ତୁ ଓ୍ବାଇଫ୍‌ ସ୍ବାପିଂ ନାଇଟ ପାର୍ଟିକୁ ଯିବାକୁ ସେମାନେ ବିପୁଳ ପରିମାଣର ଟଙ୍କା ଚାର୍ଜ କରୁଥିଲେ। ପଡୋଶୀମାନେ ଏହି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିବା କୁହାଯାଇଛି। ସେମାନେ ଦେଖିଥିଲେ ବହୁ ସଂଖ୍ୟକ ମହିଳା ଏବଂ ପୁରୁଷ କିଛି ସମୟ ପାଇଁ ଏକ ଘରକୁ ଆସୁଛନ୍ତି । ଘରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂଗୀତ ଏବଂ ନାଚଗୀତର ଶବ୍ଦ ଆସୁଥିଲା । ଉଦ୍ଧାର ହୋଇଥିବା ମହିଳାମାନଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।

 

 

Share