ନୂଆଦିଲ୍ଲୀ,୨୨।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ତଥା ପୂର୍ବତନ ଏମ୍ପି ଡିମ୍ପଲ ଯାଦବ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ଆଇସୋଲେଶନରେ ଥିବା ଟୁଇଟ୍ କରି ଜଣାଇଛନ୍ତି। ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜକୁ କୋଭିଡ୍ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଇଛନ୍ତି। ସ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ସତ୍ତ୍ୱେ ଅଖିଳେଶ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି। ଗୁରୁବାର ଆଲିଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ରାଲିରେ ତାଙ୍କ ସହ ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧରୀ ଯୋଗଦେବେ। ଗତ ରବିବାର ଅଖିଳେଶ ଲକ୍ଷ୍ନୌରେ ଏକ ଜନସଭାରେ ଯୋଗଦେଇଥିଲେ। ସୋମବାରଠାରୁ ସେ ପଶ୍ଚିମ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି। ଏପର୍ଯ୍ୟନ୍ତ ଅଖିଳେଶ କୋଭିଡ୍ ଟିକା ନେଇନାହାନ୍ତି। ଟିକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟିଲେ ସେ ଟିକା ନେବେ ବୋଲି ଗତ ମାସରେ ଏକ ସାକ୍ଷାତ୍କାରରେ କହିଥିଲେ।