ସ୍ବାମୀ ବନ୍ଧୁକ ରଖିଥିବା ପୋଲିସକୁ କହିଦେଲେ ସ୍ତ୍ରୀ, ଆଉ ତା’ ପରେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା। ଝଗଡ଼ା ସମୟରେ ସ୍ବାମୀ ବନ୍ଧୁକ ଦେଖାଇ ସ୍ତ୍ରୀଙ୍କୁ ଧମକଚମକ ଦେଉଥିଲେ। ଏଥିରେ ଅତିଷ୍ଠ ହୋଇ ସ୍ତ୍ରୀ ଶେଷରେ ଏନେଇ ପୋଲିସକୁ ଜଣାଇଦେଲେ। ଫଳରେ ବେଆଇନ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ସ୍ବାମୀ ବାସୁଦେବ ସାହୁ(୩୪)ଙ୍କୁ ମଙ୍ଗଳବାର ନୟାପଲ୍ଲୀ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅଧୀନ ବେହେରା ସାହିରେ ବାସୁଦେବ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ରହନ୍ତି। ବାସୁଦେବ ଅଧିକାଂଶ ସମୟରେ ଅଧିକ ଯୌତୁକ ଦାବି ସହ ଅନା୍ୟାନ୍ୟ ଶୁଭଶ୍ରୀଙ୍କୁ ମାରପିଟ୍‌ କରନ୍ତି। ଏଥିଯୋଗୁ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହେ। ଶୁଭଶ୍ରୀଙ୍କୁ ବାସୁଦେବ ବାଧ୍ୟ କରୁଥିଲେ। ସୋମବାର ଏହି ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା। ବାସୁଦେବ ପାଖରେ ରଖିଥିବା ବନ୍ଧୁକ ଆଣି ଶୁଭଶ୍ରୀଙ୍କୁ ଧମକାଇଥିଲେ। ସେତେବେଳ ଶୁଭଶ୍ରୀ ଭୟରେ ଚୁପ୍‌ ରହିଥିଲେ। ତେବେ ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୨୫ ଆର୍ମସ ଆକ୍ଟ ସହ ଦଫା ୪୯୮-ଏ, ୩୨୩, ୫୦୬, ୩୪ ଆଇପିସି, ୪ ଡିପି ଆକ୍ଟରେ ମାମଲା ନଂ-୩୭୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବାସୁଦେବ ବିନା ଲାଇସେନ୍ସରେ ବନ୍ଧୁକ ରଖିଥିବା ତଦନ୍ତରୁ ଜଣାପଡ଼ିଥିଲା।

Share