ବାବୁସାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସ୍ତ୍ରୀ ତୃପ୍ତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଓଲିଉଡ୍‌ ଅଭିନେତା ବାବୁସାନ୍‌ଙ୍କ ଘରୋଇ କଳି ସମାଧାନ ଆଡ଼କୁ ଗତି କରୁଥିବା ଅନୁମାନ କରାଯାଉଛି। ଆଜି ଅର୍ଥାତ୍‌ ଜୁଲାଇ ୩୦ରେ ବାବୁସାନ୍‌ଙ୍କ ଜନ୍ମଦିନ ଥିବାରୁ ତାଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ସ୍ତ୍ରୀ ତୃପ୍ତି।

ଅନ୍ୟପକ୍ଷରେ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି,ବାବୁସାନ୍‌ଙ୍କ ନାମରେ କେସ୍‌ କରିଥିବା ତୃପ୍ତି ଏହାକୁ ପ୍ରତ୍ୟାହାର କରିନେବେ। ଏଥିରୁ ଜଣାପଡୁଛି ଉଭୟ ପକ୍ଷ ଆପୋସ ସମାଧାନ ଚାହୁଁଛନ୍ତି।

ଆଜି ପୋଲିସର ନୋଟିସ ଅନୁଯାୟୀ ଖାରବେଳନଗର ଥାନାରେ ହାଜର ହୋଇଥିଲେ ବାବୁସାନ୍‌। ତାଙ୍କ ନାଁରେ ହୋଇଥିବା କେସ୍‌ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ଖାରବେଳନଗର ଥାନା ଆଇଆଇସି କହିଛନ୍ତି ।

ସୂଚନାଯୋଗ୍ୟ, ବାବୁସାନ୍‌-ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆଣି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଥାନାର ଦ୍ୱାରସ୍ଥ ହୋଇଥିଲେ।

Share