Categories: ଜାତୀୟ

ସ୍ବାମୀଙ୍କ ହତ୍ୟା କରିଥିବା ସ୍ତ୍ରୀଙ୍କୁ ମଧ୍ୟ ମିଳିବ ପେନସନ: ହାଇକୋର୍ଟ

ଚଣ୍ଡିଗଡ଼, ୩୧।୧: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ହତ୍ୟା କରିଥାନ୍ତି, ତେବେ ସ୍ବାମୀଙ୍କ ପରେ ବି ପରିବାର ପେନସନ ଉପରେ ତାଙ୍କର ଅଧିକାର ରହିବ। ତାଙ୍କୁ କେହି ଏଥିରୁ ବଞ୍ଚିତ କରି ପାରିବେ ନାହିଁ। ଓ୍ବଲଜିତ୍‌ କୌର ଏନେଇ ହରିୟାଣା ରାଜ୍ୟ ସରକାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଜାନୁୟାରୀ ୨୫ରେ ଏହାର ଫଇସଲା ଶୁଣାଇଛନ୍ତି। ଓ୍ବଲଜିତ୍‌ଙ୍କ ସ୍ବାମୀ ତରସେସ୍‌ ସିଂ ହରିୟାଣା ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଥିଲେ। ୨୦୦୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ଘଟଣାରେ ୨୦୦୯ରେ ଓ୍ବଲଜିତ୍‌ଙ୍କୁ ଗିରଫ କରାଯାଇଥିଲା। ୨୦୧୧ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କର ପେନସନ ବନ୍ଦ କରି ଦିଆଯାଇଥିଲା। ଏନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୧୯୭୨ ପେନସନ୍‌ ନିୟମ ଅନୁସାରେ ହାଇକୋର୍ଟ ଓ୍ବଲଜିତ୍‌ଙ୍କ ପେନସନ୍‌ ପୁଣି ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଆଇଗତ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

Share