Categories: ଜାତୀୟ

ସ୍ବାମୀଙ୍କ ଉପରେ ଚାଲିଛି ସ୍ତ୍ରୀର ହତ୍ୟା ମାମଲା, ୮ ମାସ ପରେ ପ୍ରେମିକଙ୍କ ଘରୁ ମିଳିଲେ ମହିଳା

ପାଟନା,୧୮ା୬: ବିହାରର ଦାନାପୁର (ସୁଲତାନପୁର)ରୁ ସାମ୍ନାକୁ ଆସିଛି ସଭିଙ୍କୁ ଚମାକାଇ ଦେଲା ଭଳି ଘଟଣା। ୮ ମାସ ହେଲା ସ୍ବାମୀ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯାତନା ଦେଇ ହତ୍ୟା ଓ ମୃତଦେହକୁ ଲୁଚାଇବା ମାମଲା ଚାଲିଛି। ହେଲେ ମୃତ କୁହାଯାଉଥିବା ଝିଅ ପ୍ରେମିକ ପାଖରେ ଥିଲେ। ଶୁକ୍ରବାର ଏହି ଘଟଣା ଉପରୁ ପରଦା ଉଠାଇଛି ସ୍ଥାନୀୟ ପୋଲିସ।

ସୂଚନା ମୁତାବକ, ସୁଲତାନପୁର ବାସୀନ୍ଦା ସନି କୁମାର ୨୦୧୮ ଜୁଲାଇ ୧୦ ତାରିଖରେ ବିବାହ କରିଥିଲେ। ହେଲେ ୨୦୨୦ ଅକ୍ଟୋବର ୩ ତାରିଖରେ ଘର ଛାଡ଼ି ପ୍ରେମିକ ସହ ପଳାଇଥିଲେ ତାଙ୍କ ପତ୍ନୀ। ସେ ନିଖୋଜ ହେବା ପରେ ତାଙ୍କ ବାପା ମା’ ଶାଶୁ ଘର ଲୋକଙ୍କ ଉପରେ ଯୌତୁକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପରେ ଝିଅ କାହା ସହ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲା।

ଉକ୍ତ ମହିଳା ବଙ୍କା ଘାଟଠାରେ ଅନ୍ୟ ଜଣେ ଯୁବକଙ୍କ ସହ ରହୁଥିବା ସୂଚନା ମିଳିଥିଲା। ଗୁରୁବାର ବିଳମ୍ଭିତ ରାତିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

Share