ୱିକିଲିକ୍ସର ପ୍ରତିଷ୍ଠାତା ଆସେଞ୍ଜଙ୍କ ଜାମିନ ଖାରଜ

ଲଣ୍ଡନ,୬।୧: ଗୁପ୍ତ ସାମରିକ ଦଲିଲ ପ୍ରକାଶନ ଅଭିଯୋଗର ଜେଲରେ ଥିବା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କ ଜାମିନକୁ ବ୍ରିଟେର ଏକ କୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ଭେନେସା ବାରାଏସ୍‌ ଆସେଞ୍ଜଙ୍କ ଜାମିନ ନାମଞ୍ଜୁର କରିବା ସହ କାରାଗାରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସୋମବାର, ବିଚାରପତି ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟାପ୍ରଣ କରିପାରିବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇଥିଲେ।

Share