Categories: ଫୁରସତ

ଶିକାର ବଦଳରେ ସାମ୍ନାକୁ ଆସିଗଲା ବିଶାଳକାୟ ସାପ, ଭୟରେ ଥରହର ହେଲା କୁମ୍ଭୀର; ଭାଇରାଲ ଭିଡିଓ ଦେଖିଲେ…

ଜନ୍ତୁ ମଧ୍ୟରେ କୁମ୍ଭୀରକୁ ସବୁଠାରୁ ଘାତକ ଶିକାରୀ ଭାବେ ଗଣାଯାଏ। ଏହା ସମ୍ମୁଖକୁ ଆସିବାକୁ ଜଙ୍ଗଲର ରାଜା ସିଂହଠାରୁ ଆରମ୍ଭ କରି ବଡ଼ ବଡ଼ ଜନ୍ତୁ ଆସିବାକୁ ସାହସ କରି ନ ଥାନ୍ତି। ବିଶେଷକରି ପାଣିରେ କୁମ୍ଭୀରର ଶକ୍ତି ଅଧିକ ବଢ଼ିଯାଇଥାଏ। ହେଲେ ସୋସିଆଲ ମିଡିଆରେ କୁମ୍ଭୀରର ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଏକ ବିଶାଳକାୟ ସାପକୁ ଦେଖି ଡରୁଥିବା ଦେଖାଯାଇଛି।

ଭିଡିଓରେ ଦେଖାଯାଉଛି ଯେ, କୁମ୍ଭୀରଟି ପାଣିରେ ଶିକାର ଉଦ୍ଦେଶ୍ୟରେ ଲୁଚି ବସିଛି। କିଛି ସମୟ ପରେ ପାଣିରେ କିଛି ହଲଚଲ ହୋଇଥିଲା। କୁମ୍ଭୀରଟି ଶିକାର କରିବାକୁ ପ୍ରସ୍ତୁତ ହେବା ମାତ୍ରେ ଯାହା ଦେଖିଥିଲା ଚକିତ ହୋଇଥିଲା। କାରଣ ତା ସମ୍ମୁଖକୁ ଏକ ବିଶାଳକାୟ ସାପ ଆସିଯାଇଥିଲା। ସାପକୁ ଦେଖି କୁମ୍ଭୀରଟି ଭୟଭୀତ ହୋଇଥିବା ନଜର ଆସିଥିଲା। ଏପରିକି ଟିକିଏ ବି ହଲି ନ ଥିଲା।

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଏହାକୁ ହଜାର ହଜାର ଲୋକ ଦେଖି ସାରିଲେଣି। ଆପଣ ବି ଦେଖନ୍ତୁ:

Share