ସୋସୋ୧୧ା୩(ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ହଦଗଡ଼ ବନାଞ୍ଚଳ ବାଘୁଆ ଗ୍ରାମ ଝାଡୁ ସାହିରେ ୨ ସପ୍ତାହ ତଳେ କେତେଜଣ ଲୋକ ବନ୍ୟଜନ୍ତୁ ଶିକାର କରି ମାଂସ ଖାଇଥିବା ଜଣାପଡ଼ିଛି। ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚକୁ ଆସିଛି।
ସୂଚନା ଅନୁଯାୟୀ, ଝାଡୁ ସାହିର ଜଣେ ବ୍ୟକ୍ତିଙ୍କ ଘରକୁ ପଡ଼ୋଶୀ ବାଲିବରେଇ ପଞ୍ଚାୟତ ନୂଆଗଁାର ଜଣେ ବ୍ୟକ୍ତି ନିୟମିତ ଆସିବା ସହ ଉଭୟେ ବନ୍ୟଜନ୍ତୁ ଶିକାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଜଙ୍ଗଲରେ ସାଟେଲାଇଟ ସର୍ଭିଲାନ୍ସ ଓ ଯଥେଷ୍ଟ ସୁରକ୍ଷା କର୍ମଚାରୀ ନିୟୋଜିତ ଥିବା ବେଳେ କିପରି ଶିକାର ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ହଦଗଡ଼ ବନାଞ୍ଚଳ ଅଧିକାରୀ ମାର୍ଶାଲ କିସ୍କୁଙ୍କୁ ପଚାରିବାରୁ ଭାଇରାଲ ହୋଇଥିବା ଭିଡିଓ ଆମର ହସ୍ତଗତ ହୋଇଛି। ଉପଯୁକ୍ତ ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।