Categories: ଫୁରସତ

ଘୁଷୁରି ଛୁଆକୁ ମା’ର ମମତା ଦେଲା କୁକୁର, ଭିଡିଓ ଦେଖିଲେ…

ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ମମତାଠାରୁ ବଡ଼ ଧର୍ମ ବି କିଛି ନାହିଁ। ଏହି କଥା କେବଳ ମଣିଷମାନଙ୍କ ପାଇଁ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏକ ଦମ୍ପତି ଜଙ୍ଗଲରୁ ଅନାଥ ଘୁଷୁରି ଛୁଆକୁ ଘରକୁ ଆଣିଥିଲେ। ତାଙ୍କ ଘରେ ଥିବା ଏକ କୁକୁର ଏହି ଘୁଷୁରିକୁ ନିଜ ପିଲା ପରି ସ୍ନେହ ଆଦର କରୁଛି। ଯାହାକୁ ଦେଖି ଦମ୍ପତି ଖୁସି ବ୍ୟକ୍ତ କରିଛନ୍ତି।

ଶ୍ରୀଲଙ୍କାରେ ରହୁଥିବା ୨୮ ବର୍ଷୀୟା ଡୋରା ଓ୍ବେଇ ଏବଂ ୩୨ ବର୍ଷୀୟ ନୁଓ୍ବାନ ହେମାଚନ୍ଦ୍ରନନ୍ଦ ଜଙ୍ଗଲରେ କ୍ୟାମ୍ପ୍‌ କରୁଥିବାବେଳେ ଏକ ଅନାଥ ଛୋଟ ଘୁଷୁରି ଛୁଆକୁ ଘରକୁ ଆଣିଥିଲେ। ତାଙ୍କ ଘରେ ବିୟୁ ନାମକ ଏକ ଲାବ୍ରାଡୋର ଥିଲା। ଘୁଷୁରି ଛୁଆଟିକୁ ଦେଖି କୁକୁରଟି ମଧ୍ୟ ତା’ର ମା ପରି ଯତ୍ନ ନେବାରେ ଲାଗିଲା। ବର୍ତ୍ତମାନ ଘୁଷୁରି ଛୁଆଟି କୁକୁରକୁ ନିଜ ମା’ ବୋଲି ଭାବୁଛି। ତା’ ସହ ଖେଳକୁଦ କରୁଛି। ଘୁଷୁରିଟି କୁକୁରର ସ୍ନେହ ଆଦର ପାଇ ସେ ମଧ୍ୟ କୁକୁର ପରି ଆଚରଣ ଦେଖାଉଛି। ଡୋରା ଏବଂ ନୁଓ୍ବାନ ଘୁଷୁରି ଛୁଆର ନାଁ ଦେଇଛନ୍ତି ୟେଜୁ। ଡୋରା କହିଛନ୍ତି, ୟେଜୁ ଏକ ଶୃଙ୍ଖଳିତ ପ୍ରାଣୀ। ତା’ ପାଇଁ ତାଙ୍କର କୌଣସି ଅସୁବିଧା ହେଉନାହିଁ। ଦୁଇଟି ଯାକ ପୋଷା ପ୍ରାଣୀ ବେଶ୍‌ ଆରାମରେ ଚଳୁଛନ୍ତି।

Share