ଜଙ୍ଗଲୀ ହାତୀ ଘର ଭାଙ୍ଗିଲେ, ୪ ପରିବାର ବାସହରା

ଜି.ଉଦୟଗିରି,୬।୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁର୍ମିଙ୍ଗିଆ କାଟାଗୁଡ଼ା ଗ୍ରାମରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ଆସି ଘର ଦ୍ୱାର ସହ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଗତ ବର୍ଷ ମଧ୍ୟ ହାତୀ ପଲ ଆସି ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଥିଲେ, ଯାହା ଫଳରେ କ୍ଷତିଗ୍ରସ୍ତ ପରିବାର ଜଙ୍ଗଲରେ ଥିବା ଘର ଛାଡ଼ି କୁର୍ମିଙ୍ଗିଆ ଆସି ବାରଦ୍ୱାର ହୋଇ ରହିଥିଲେ। ଶେଷରେ ପୁଣିଥରେ ସେହି ଜଙ୍ଗଲ ଜାଗାକୁ ଫେରି ଘର ମରାମତି କରି ରହିଥିଲେ। ସୂଚନା ଅନୁସାରେ ୨୮ ଟିକିଆ ହାତୀପଲ କୁର୍ମିଙ୍ଗିଆ, ବାରାକାଣ୍ଡି, ସାଲୁଙ୍ଗି, ରେଟୁଡ଼ି, ଗୁଟେଡ଼କୂପା, ଡଗରମୁଣ୍ଡା ଦେଇ କାଟାଗୁଡ଼ା ଗ୍ରାମରେ ପହଞ୍ଚି ଘର ଦ୍ୱାର ଭଙ୍ଗାରୁଜା ସହ ଫସଲ ହାନି କରିଛନ୍ତି। କାଟାଗୁଡ଼ା ମଳିନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ପ୍ରଧାନ, ସରିତା ପ୍ରଧାନ, ଜନନୀ ପ୍ରଧାନଙ୍କ ସହ ଅନେକ ଚାଷୀଙ୍କ ଫସଲ ବାଡ଼ ଭିତରେ ପଶି କଦଳୀ, ହଳଦୀ, ବିଭିନ୍ନ ଫଳ ବଗିଚା ଭିତରେ ପଶି ଖାଇବା ସହ ଘର ଭିତରେ ଥିବା ଧାନ ଖାଇ ବ୍ୟାପକ କ୍ଷୟକ୍ଷତି କରି ଘର ଦ୍ୱାର ଭାଙ୍ଗି ଦେଇଛନ୍ତି। କାଟାଗୁଡ଼ାବାସୀଙ୍କ କହିବାନୁସାରେ ୨୮ ଟିକିଆ ଜଙ୍ଗଲୀ ହାତୀ ପଲ ସନ୍ଧ୍ୟା ହେଲେ ଗାଁ ଭିତରେ ପଶି ଫସଲ ଖାଇ ଘର ଭାଙ୍ଗିବାର ଦୃଶ୍ୟ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗ୍ରାମବାସୀ ଭୟରେ ଗତବର୍ଷ ଘରଦ୍ୱାର ଭିଟାମାଟି ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ କିନ୍ତୁ ରହିବା ପାଇଁ କିଛି ସାହାରା ନ ପାଇବାରୁ ପୁଣି ସେହି ଜଙ୍ଗଲ ଭିତରକୁ ଫେରି ଗତବର୍ଷ ହାତୀ ଭାଙ୍ଗିଥିବା ଘର ମରାମତି କରି ରହିଲେ। ଏହି ବର୍ଷ ପୁଣି ଥରେ ହାତୀ ପଲ ଆସି ସେହି ଘରଗୁଡ଼ିକ ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଯେହେତୁ ଜଙ୍ଗଲୀ ହାତୀ ବାରମ୍ବାର ଏହିପରି ଘର ଭାଙ୍ଗୁଥିବା ବେଳେ ସରକାର ଏହି ୪ ପରିବାର ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ସେମାନେ ଗତବର୍ଷ କ୍ଷୟକ୍ଷତି ବାବଦକୁ ସରକାରଙ୍କ ଠାରୁ କୌଣସି ସହାୟତା ପାଇ ନ ଥିଲେ କାରଣ ସେମାନଙ୍କର ପଟ୍ଟା ଜମି ନାହିଁ। ସେପଟେ ବେସାହାରା ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ୪ ପରିବାର। ସରକାର ଯଦି ଏହି ପରିବାରକୁ ସ୍ଥାୟୀ ପଟ୍ଟା ଜାଗା ସହିତ ସହାୟତା ପ୍ରଦାନ କରନ୍ତେ ସେମାନେ ଶାନ୍ତିରେ ଭୟମୁକ୍ତ ଜୀବନଯାପନ କରିପାରନ୍ତେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ...

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର...

୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ

ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ...

ଭୁବନେଶ୍ୱର ଷ୍ଟେଶନରେ ହାଇ ଆଲର୍ଟ: ଆର୍‌ପିଏଫ୍‌ର ଫ୍ଳାଗ ମାର୍ଚ୍ଚ

ଭୁବନେଶ୍ୱର,୨୮।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦିଲ୍ଲୀ,...

ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୮।୪: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଶନ କାର୍ଡରୁ ବିଦେଶୀଙ୍କ ନାଁ କଟିବ ବୋଲି ମନ୍ତ୍ରୀ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image