Categories: ଫୁରସତ

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ, ପ୍ରଥମେ ଦୌଡ଼ି ପଳାଇଲେ କଣ୍ଡକ୍ଟର; ଭିଡିଓ ଦେଖିଲେ…

ପୁରା ବସ୍‌ ଖାଲି କରିଦେଲା ଗୋଟିଏ ମାଙ୍କଡ଼। ଏଭଳି ଚକିତ କଲା ଭଳି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟି ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳର। ଏଠାରେ ହଠାତ ଏକ ବସ୍‌ରେ ମାଙ୍କଡ଼ଟିଏ ପଶିଯିବାରୁ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ପ୍ରଥମେ କଣ୍ଡକ୍ଟର ବସ୍‌ରୁ ଡେଇଁ ଚାଲିଆସିଥିଲେ। ତାଙ୍କ ପଛେପଛେ ଅନ୍ୟ ଯାତ୍ରୀମାନେ ବାହାରି ମଧ୍ୟ ଯାଇଥିଲେ।

ଏକ୍ସରେ @AG_journalist ନାମକ ଆକାଉଣ୍ଟରୁ ଭିଡିଓକୁ ଶେୟାର କରାଯାଇଛି। ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ୧ ମିନିଟ ୧୪ ସେକେଣ୍ଡର ଭିଡିଓରେ ନଜର ଆସୁଛି ଯେ, କିଛି ଯାତ୍ରୀ ବସ୍‌ରେ ଯାତ୍ରା କରୁଥିବା ବେଳେ ହଠାତ ବାହାରକୁ ଆସୁଛନ୍ତି। ପ୍ରଥମେ କଣ୍ଡକ୍ଟର ଆସିବା ପରେ ଚକିତ କଲାଭଳି ଦୃଶ୍ୟ ନଜର ଆସୁଛି। କାରଣ ବସ୍‌ରେ ଜଣେ ମାଙ୍କଡ଼ ଡେଇଁ ପଡ଼ି ଜଣେ ବୃଦ୍ଧ ଯାତ୍ରୀଙ୍କ ମୁଣ୍ଡରେ ବସି ଯାଉଛି। ପରେ ଅନ୍ୟ ଯାତ୍ରୀ ମଧ୍ୟ ବାହାରିଯିବାରୁ ଧିରେ ଧିରେ ପୁରା ବସ୍‌ ଖାଲି ହୋଇଯାଉଛି।

 

Share