Advertisement
Categories: ନୟାଗଡ଼

ଗୟଳ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଓଡ଼ଗାଁ,୧୮ା୬(ଆଦର୍ଶ କୁମାର ପଟ୍ଟନାୟକ): ଓଡ଼ଗାଁ ଆଦର୍ଶ ଥାନା ଭାଡ଼ିକିଳା ପଞ୍ଚାୟତ ରଗଡ଼ିମଡ଼ା ଗ୍ରାମର ଜଣେ ଛେଳି ଚରାଳି ଗୟଳ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ, ରଗଡିମଡ଼ା ଗ୍ରାମର ଶ୍ୟାମ ପାତ୍ର (୪୮) ଛେଳି ଚରାଇବା ପାଇଁ ରବିବାର ସକାଳେ ଶୂଳିଆ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ମଧ୍ୟରେ ଥିବା ଏକ ଗୟଳଟି ଶ୍ୟାମଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଉତ୍ତ୍ୟକ୍ତ ଗୟଳ ଭୟଙ୍କର ଭାବେ ଶ୍ୟାମଙ୍କୁ ତଳେ ପକାଇ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ଶ୍ୟାମଙ୍କର ଚିତ୍କାର ଶୁଣି ଉକ୍ତ ଗ୍ରାମର ସୁରେନ୍ଦ୍ର ପାତ୍ର, ନାଲୁ ପାତ୍ର ପ୍ରମୁଖ ଶ୍ୟାମଙ୍କୁ ଉଦ୍ଧାର କରି ବାଉଁଶଗାଡ଼ିଆସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel