ଅଲଜେରିଆ ଜଙ୍ଗଲରେ ଭୟଙ୍କର ନିଆଁ, ୧୦ ସେନା ସମେତ ୨୫ ମୃତ, ୪୯ ଆହତ

ଅଲଜିୟର୍ସ,୨୫।୭: ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି। ଏମାନେ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ସୋମବାର ସରକାର ଏହି ସୂଚନା ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ସବିଶେଷ ତଥ୍ୟ ନ ଦେଇ ୧,୫୦୦ ଲୋକଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି। ମନ୍ତ୍ରଣାଳୟ ୧୫ଜଣଙ୍କର ମୃତ୍ୟୁ ଏବଂ ୨୪ ଆହତ ହୋଇଥିବା ଘୋଷଣା କରିଛି। ଏଥିସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ ରାଜଧାନୀ ଆଲଜେର୍ସର ପୂର୍ବରେ ଥିବା ବେନି ଜିଲ୍ଲାର ରିସର୍ଟ ଅଞ୍ଚଳରେ ନିଆଁ ଲିଭାଇବା ବେଳେ ୧୦ଜଣ ସେନାକଙ୍କ ମୃତ୍ୟୁ ଘଟିଛି ଏବଂ ୨୫ ଆହତ ହୋଇଛନ୍ତି। ଏମାନଙ୍କର କେଉଁ ସମୟରେ ମୃତ୍ୟୁ ଘଟିଛି ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ନିଆଁ ଅନେକ ଦିନ ଧରି ଲାଗି ରହିଛି।

Share