ନ୍ୟୁ ମେକ୍ସିକୋ ଜଙ୍ଗଲରେ ନିଆଁ, ବିପର୍ଯ୍ୟୟ ଘୋଷଣା କଲେ ବାଇଡେନ

ଲସ୍‌ବେଗସ,୫ା୫: ଆମେରିକା ଇତିହାସରେ ସବୁଠାରୁ ବଡ଼ ଜଙ୍ଗଲରେ ନିଆଁ ଲାଗି ଅନେକ କ୍ଷତି ଘଟିଛି। ଏହାର ଗରମ ପବନରେ ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା ଉତ୍ତର ନ୍ୟୁ ମେକ୍ସିକୋର ଦୁର୍ଗମ ଅଞ୍ଚଳରେ ଅଧିକ ସହାୟତା ବର୍ତ୍ତମାନ ପହଞ୍ଚିବ।
ଦକ୍ଷିଣ-ପଶ୍ଚିମ ଆମେରିକାର ନିଉ ମେକ୍ସିକୋର ପାର୍ବତ୍ୟ ଅଞ୍ଚଳରେ ଥିବା ଏହି ବିରାଟ ଜଙ୍ଗଲରେ ନିଆଁ ବ୍ୟାପିଛି। ଏଥିରେ ପ୍ରାୟ ୬୦୦୦ ବାସିନ୍ଦା ୁ ବାହାରକୁ ଚାଲିଯିବାକୁ ବାଧ୍ୟ କରୁଛନ୍ତି। ରାଜ୍ୟପାଳ ମିସେଲ ଲୁଜାନ ଗ୍ରୀଶମ ଏହି ସୂଚନା ଦେଇଛନ୍ତି।

Share