ଓ୍ବାଶିଂଟନରେ ବ୍ୟାପୁଛି ଜଙ୍ଗଲ ନିଆଁ…

ଓ୍ବାଶିଂଟନ,୧୯।୮ : ଆମେରିକାର ୱାଶିଂଟନ ରାଜ୍ୟରେ ଏକ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳର ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବ ୱାଶିଂଟନର ସ୍ପୋକାନେ ନିକଟରେ ତଥାକଥିତ ଗ୍ରେ ଫାୟାର ମଧ୍ୟାହ୍ନରୁ ଆରମ୍ଭ ହୋଇ କିଛି ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩୫ ମାଇଲ ବେଗରେ ୪.୭ ବର୍ଗ ମାଇଲ ଅର୍ଥାତ୍‌ ୧୨ ବର୍ଗ କିଲୋମିଟର ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଥିଲା।

ଜଙ୍ଗଲ ନିଆଁରେ ଏପର୍ଯ୍ୟନ୍ତ ପ୍ରାୟ ୪,୮୦୦ ଲୋକଙ୍କ ଘର ଏବଂ ଅନ୍ୟାନ୍ୟ କୋଠା ପୋଡି ପାଉଁଶ ହୋଇଯାଇଛି। ତେବେ ଏଥିରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି ତାହା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି। ମେଡିକାଲ ଲେକର ୩୬୭ ଶଯ୍ୟା ବିଶିଷ୍ଟ ମାନସିକ ରୋଗର ପୂର୍ବାଞ୍ଚଳ ଷ୍ଟେଟ ହସ୍ପିଟାଲରୁ ରୋଗୀ ଏବଂ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାରେ ନ୍ୟାଶନାଲ ଗାର୍ଡ ସୈନ୍ୟଙ୍କୁ ଡକାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସ୍ପୋକେନ କାଉଣ୍ଟି ସରିଫ ଜନ ନୋଲେସ କହିଛନ୍ତି ଅଧିକାରୀମାନେ ଘର ଘର ବୁଲି ଲୋକଙ୍କୁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି। ନୋଲେସ କହିଛନ୍ତି, ଆମକୁ ଡଙ୍ଗାରେ ଲୋକଙ୍କୁ ଉଦ୍ଧାର କରିବାକୁ ପଡୁଛି। ଏହା ସହିତ ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ବ୍ୟବହାର ମଧ୍ୟ କରାଯାଉଛି।

Share