କାବୁ ହେଉନି ଜଙ୍ଗଲ ନିଆଁ, କାନାଡା ସହର ଖାଲି କରିବାକୁ ନିର୍ଦ୍ଦେଶ

ଓଟାଓ୍ବା,୧୮ା୮: ଜଙ୍ଗଲରେ ବ୍ୟାପିଥିବା ନିଆଁ ଥମିବାର ନାଁ ନେଉନି। ଏହି ନିଆଁ ବର୍ତ୍ତମାନ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଆଡ଼କୁୁ ଗତି କରୁଛି। ବନ୍ୟପ୍ରାଣୀ ଭୟରେ ହଜାର ହଜାର ବାସିନ୍ଦା କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ରାଜଧାନୀ ଛାଡ଼ି ପଳାଇଛନ୍ତି। କେତେକ ନିରାପତ୍ତା ପାଇଁ ଶହ ଶହ ମାଇଲ ଚାଲି ଚାଲି ପଳାଇଛନ୍ତି। ଅନ୍ୟମାନେ ଜରୁରୀକାଳିନ ବିମାନ ପାଇଁ ଲମ୍ବା ଲାଇନରେ ଅପେକ୍ଷା କରିଥିଲେ। ଅଗ୍ନି ସୂଚନା ଅଧିକାରୀ ମାଇକ ଓ୍ବେଷ୍ଟଓ୍ବିକ୍‌ କହିଛନ୍ତି, ପ୍ରବଳ ପବନ ଦ୍ୱାରା ନିଆଁ ଚାରିଆଡ଼କୁ ବ୍ୟାପିଯାଉଛି। ଫଳରେ କାନାଡା ସହର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share