Posted inଫୁରସତ

ବ୍ୟାପକ ହୋଇଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ

ଭୁବନେଶ୍ୱର, ୪।୯(ଅସମାପିକା ସାହୁ): ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ଲୋକଙ୍କୁ ବନ୍ୟପ୍ରାଣୀଙ୍କ ପ୍ରତି ଉନ୍ନତମାନର ସଚେତନତା ପ୍ରତି ପ୍ରେରିତ କରିବା ଆଭିମୁଖ୍ୟ ନେଇ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଶିକାର ଯୋଗୁ ଏବେ ଏମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନାହିଁ। ଶିକାର ଦିନକୁ ଦିନ ବଢ଼ୁଥିବାରୁ ବହୁ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗୁଛି। ସେହିପରି ବହୁ ପ୍ରାଣୀଙ୍କୁ ମାରିବା ତ ଦୂର କଥା ପୋଷା କରି ରଖିଲେ ବି ଦଣ୍ଡବିଧାନ ରହିଛି। କିନ୍ତୁ ଉପଯୁକ୍ତ ସଚେତନତା ଅଭାବରୁ ଲୋକେ ଏହାକୁ ଜାଣୁନାହାନ୍ତି। ସେହିପରି ବହୁ ପ୍ରାଣୀ ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଭୁକ୍ତ ରହିଛନ୍ତି, ଯାହାକୁ ଶିକାର କରିବା, ମାଂସ ଖାଇବା ଓ ପୋଷା କରି ରଖିବା ଅପରାଧ ଏବଂ ଏଥିପାଇଁ ଜେଲ ଯିବାର ବି ବ୍ୟବସ୍ଥା ରହିଛି। ତେବେ ଲୋକଙ୍କୁ ଏ ନେଇ ସଚେତନ କରାଗଲେ ବହୁ ମାତ୍ରାରେ ଫଳପ୍ରଦ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି।

ଭାରତୀୟ ବନ୍ୟପ୍ରାଣୀ(ସଂରକ୍ଷଣ) ଆଇନ ୧୯୭୨ରେ ଯେଉଁ ବନ୍ୟପ୍ରାଣୀ ସାମିଲ ନ ଥିଲେ ତାହା ୨୦୨୩ ଏପ୍ରିଲ ୧ ସଂଶୋଧିତ ଆଇନରେ ସ୍ଥାନିତ କରାଯାଇଛି ଏବଂ ଆଉ କିଛି ବନ୍ୟପ୍ରାଣୀଙ୍କ ସିଡ୍ୟୁଲ ବଢ଼ାଯାଇଛି; ଯାହା କି କେବଳ ସାଧାରଣ ଲୋକେ ନୁହେଁ କ୍ଷେତ୍ରୀୟ ବନ କର୍ମଚାରୀମାନେ ମଧ୍ୟ ଜାଣିବା ଉଚିତ। ସଂଶୋଧିତ ଆଇନରେ ବିଲୁଆକୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏମାନଙ୍କ ସଂଖ୍ୟା କମିଯାଉଥିବାରୁ ଏମାନଙ୍କୁ ସିଡୁଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଘରଚଟିଆ, ବାଦୁଡ଼ି ପୂର୍ବରୁ ଏଥିରେ ସାମିଲ ହୋଇ ନ ଥିବା ବେଳେ ଏବେ ଏମାନଙ୍କୁ ସିଡ୍ୟୁଲ-୨ ଅନ୍ତର୍ଭୁକ୍ତ କରାଯାଇଛି।

ହରିଣ, ବାର୍‌ହା, କୁଟୁରା ଭଳି ଏଥର ବାଦୁଡ଼ି ମାଂସ ଖାଇବା ବା ବାଦୁଡ଼ିକୁ ପୋଷିବା ବେଆଇନ୍‌ ହୋଇଗଲା। ଶାଳିଆପତନୀ, ନେଉଳ, ବହୁରୂପୀ ଏଣ୍ଡୁଅ, ନାଗ, ତମ୍ପ, ଚନ୍ଦନବୋଡ଼ା, ଧଣ୍ଡ, ଢମଣା ସାପ, ଜଙ୍ଗଲ କ୍ୟାଟ୍‌ ବା କଟାସ ବା ବଣଭୁଆ, ଝିଙ୍କ ଆଦି ପୂର୍ବରୁ ସିଡୁଲ-୨ ଅନ୍ତର୍ଭୁକ୍ତ ଥିବା ବେଳେ ଏବେ ତା’ର ଗୁରୁତ୍ୱ ବଢ଼ିଯାଇଛି ଏବଂ ଏମାନଙ୍କୁ ସିଡ୍ୟୁଲ-୧ରେ ରଖାଯାଇଛି। ସେହିଭଳି ଷ୍ଟାର୍‌ କଇଁଛ ପୂର୍ବରୁ ସିଡୁଲ-୪ରେ ଥିବାବେଳେ ଏବେ ତାକୁ ସିଡୁଲ-୧ରେ ସାମିଲ କରାଯାଇଛି। ଏହି କଇଁଛକୁ ବହୁ ଲୋକ ପୋଷା କରି ରଖନ୍ତି। ପେଟ୍‌ସପ୍‌ଗୁଡ଼ିକ ମଧ୍ୟ ବିକ୍ରି କରିଥାନ୍ତି। କିନ୍ତୁ ଏବେ ତାକୁ ଆଉ ବିିକ୍ରି କରିପାରିବେ ନାହିଁ। ଯେଉଁ ପ୍ରାଣୀମାନେ ସିଡ୍ୟୁଲ-୧ରେ ରହିଛନ୍ତି ସେମାନଙ୍କୁ ମାରିବା, ଶିକାର କରିବା ବା ବିକ୍ରି କରିଲେ ୩ ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଯିବା ଏବଂ ଲକ୍ଷେ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ସେହିଭଳି ସିଡ୍ୟୁଲ-୨ରେ ଥିବା ବନ୍ୟପ୍ରାଣୀଙ୍କ ଅପରାଧ ହେଲେ ୩ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫ହଜାର ଟଙ୍କା ଜରିମାନା ପାଇଁ ନିୟମ ରହିଛି।

ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଭାରତୀୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ତାଲିକାକୁ ବ୍ୟାପକ କରାଯାଇଛି; ଯାହା ଫଳରେ ଶିକାରୀ ବା ଅପରାଧୀମାନଙ୍କ ପାଇଁ ଉଭୟ ଦଣ୍ଡ ଏବଂ ଜରିମାନା ବଢ଼େଇ ଦିଆଯାଇଛି। ଲୋକେ ଘରେ ଗୃହପାଳିତ ପଶୁ ପକ୍ଷୀ ଭାବରେ ପୋଷୁ ଥିବା ଶୁଆ, ନେଉଳ, ଶାରୀ ଆଦି ପାଇଁ ଏଥର ଅଧିକ ସମସ୍ୟାରେ ପଡ଼ିବେ। ତେଣୁ ଆଗରୁ ସଚେତନ ହୋଇ କୌଣସି ବନ୍ୟପ୍ରାଣୀଙ୍କୁ ଘରେ ରଖନ୍ତୁ ନାହିଁ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri