ଭୁବନେଶ୍ବର,୮।୧୨(ବ୍ୟୁରୋ): ଏବେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ । ବାଘ, ହାତୀ ଦାନ୍ତ ପାଇଁ ବନ୍ୟପ୍ରାଣୀ ଶିକାର କରୁଥିବା ଶିକାରୀ, ମିଡିଲମ୍ୟାନ ଓ ମାଫିଆମାନଙ୍କ ମୋଷ୍ଟ ୱାଣ୍ଟେଡ଼ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ନିର୍ଦ୍ଦିଷ୍ଟ କିଛି ବନ୍ୟପ୍ରାଣୀ ମାଫିଆଙ୍କ ତାଲିକା ତିଆରି ହୋଇଥିବା ଏସ୍ଟିଏଫ ଏସ୍ପି ତେଜରାଜ ପଟେଲ ସୂଚନା ଦେଇଛନ୍ତି । ବୁଧବାର ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଏସ୍ଟିଏଫ ଚଢ଼ାଉ କରିଥିଲା । ଏସ୍ଟିଏଫ ଦ୍ବାରା ବିପୁଳ ବାଗ ନାମକ ଯୁବକ ଅଟକ । ବିପୁଳଙ୍କଠାରୁ ଗୋଟିଏ ହାତୀ ଦାନ୍ତ ଜବତ ହୋଇଛି।