ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହେଲା ବିରଳ ହଳଦିଆ ପେଙ୍ଗୁଇନ୍‌!

ତିବଲିସି,୨୧ ।୨: ପେଙ୍ଗୁଇନ୍ ସାଧାରଣତଃ ଧଳା ଓ କଳା ରଙ୍ଗର ହୋଇଥିବା ବେଳେ ସେମାନଙ୍କ ବେକ ନିକଟରେ ଏକ ହଳଦିଆ ପ୍ୟାଚ ଥାଏ । କିନ୍ତୁ ଦକ୍ଷିଣ ଜର୍ଜିଆର ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ରଙ୍ଗର ଏକ ପେଙ୍ଗୁଇନର ଚିତ୍ର ଉତ୍ତୋଳନ କରିଥିବା କହିଛନ୍ତି । ଯାହା ଦୁର୍ଲଭ ବୋଲି କୁହାଯାଉଛି । ଫଟୋରେ ଏହ ହଳଦିଆ ଓ ଧଳା ରଙ୍ଗର ପେଙ୍ଗୁଇନ୍ ପାଣିରେ ପହଁରୁଥିବା ଦେଖାଯାଇଛି । ଉକ୍ତ ଫଟୋଗ୍ରାଫର କହିଛନ୍ତି ଯେତେବେଳେ ସେ ଏହି ହଳଦିଆ ପେଙ୍ଗୁଇନକୁ ଦେଖିଲେ ସେତେବେଳେ ଏହାକୁ ସେ ସହଜରେ ବିଶ୍ୱାସ କରିପାରିଲେ ନାହିଁ । କାରଣ ଧଳା ଓ କଳା ରଙ୍ଗର ପେଙ୍ଗୁଇନଙ୍କ ଭିତରେ ଏହି ହଳଦିଆ ପେଙ୍ଗୁଇନଟି ଥିଲା । ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ୟିବସ ଏଡମ୍ସ ଆଣ୍ଟାର୍କଟିକା ଓ ଦକ୍ଷିଣ ଆଟଲାଣ୍ଟିକ ମଧ୍ୟରେ ଦୁଇମାସର ଫଟୋଗ୍ରାଫି ଏକ୍ସପିଡିଶନର ମୁଖ୍ୟ ଭାବେ କାମ କରୁଛନ୍ତି । ଏହି ସମୟରେ ସେ ଏହି ବିରଳ ପେଙ୍ଗୁଇନର ଫଟୋ ଉଠାଇଥିବା ପ୍ରକାଶ କରିଛନ୍ତି । ଏଡମ୍ସ କହିଛନ୍ତି ୩୦ ବର୍ଷ ପୂର୍ବେ ତାଙ୍କର ଦକ୍ଷିଣ ଜର୍ଜିଆ ଯିବାର ସ୍ୱପ୍ନ ଥିଲା । ଯେତେବେଳେ ସେ ସାର୍ ଡେଭିଡଅଟନବରୋଙ୍କ ଡକ୍ୟୁମେଣ୍ଟାରୀରେ ହଳଦିଆ ପେ୍‌ଗୁଇନ୍ ଦେଖିଥିଲେ ସେତେବେଳଠାରୁ ସେ ଏହାକୁ ଖୋଜୁଥିଲେ ବୋଲି କହିଛନ୍ତି । ଆଉ ଦୀର୍ଘ ୩ ବର୍ଷ ପରେ ଏହା ପୂରଣ ହୋଇଛି ବୋଲି ସେ କହିଛନ୍ତି ।

Share