Categories: ଜାତୀୟ

ବନ୍ୟପ୍ରାଣୀ ସୁରକ୍ଷା ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୯।୧୨:ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧନ ବିଲ୍‌, ୨୦୨୨ ଗୁରୁବାର ରାଜ୍ୟ ସଭାରେ ଗୃହୀତ ହୋଇଯାଇଛି। ବନ୍ୟପ୍ରାଣୀ(ସୁରକ୍ଷା) ଆଇନ, ୧୯୭୨ରେ ସଂଶୋଧନ କରାଯାଇ ଆଇନ ଅନୁଯାୟୀ ସୁରକ୍ଷିତ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା ବଢ଼ାଯିବ। ଏହି ବିଲ୍‌ ମୌସୁମୀ ଅଧିବେଶନରେ ଲୋକ ସଭାରେ ଗୃହୀତ ହୋଇଥିଲା। ବିରଳ ପ୍ରଜାତିର ବନ୍ୟପ୍ରାଣୀମାନଙ୍କ ଅନ୍ତର୍ଜାତୀୟ ବାଣିଜ୍ୟ ବନ୍ଦ ଲାଗି ଉକ୍ତ ବିଲ୍‌ ଅଣାଯାଇଥିଲା। ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ଏକ ନିରପେକ୍ଷ ଆଇନର ଆବଶ୍ୟକ ବୋଲି କନ୍‌ଭେନ୍‌ଶନ ଅନ୍‌ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ ଅନ୍‌ ଏନ୍‌ଡେଞ୍ଜର୍ସ ସ୍ପେସିସ୍‌(ସିଆଇଟିଇଏସ୍‌) ଅନୁଭବ କରିବା ପରେ ଉକ୍ତ ବିଲ୍‌ ଅଣାଯାଇଥିଲା ବୋଲି ଆଲୋଚନାର ଉତ୍ତର ଦେଇ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ।

Share