Categories: ଫୁରସତ

ବନ୍ୟପ୍ରାଣୀ ସୁରକ୍ଷା ହିଁ ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା ସବୁଜ ପୃଥିବୀର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ତେବେ ଏକ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପଲବ୍ଧି କରି ପ୍ର୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଥାଏ।
୨୦ ଡିସେମ୍ବର ୨୦୧୩ରେ, ମିଳିତ ଜାତିସଂଘର ସାଧାରଣ ସଭାର ୬୮ତମ ଅଧିବେଶନରେ ବନ୍ୟପ୍ରାଣୀ ଏବଂ ଉଦ୍ଭିଦ ବିଷୟରେ ସଚେତନତା ପାଇଁ ୩ ମାର୍ଚ୍ଚକୁ ଏହି ଦିବସ ଭାବରେ ପାଳନ କରାଯିବାକୁ ଘୋଷଣା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୧୯୭୩ରେ ଏହି ଦିବସକୁ ବିଲୁପ୍ତପ୍ରାୟ ପ୍ରଜାତିର ବନ୍ୟପ୍ରାଣୀ ଏବଂ ଉଦ୍ଭିଦର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ ଭାବେ ନାମିତ କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରଜାତିର ବଞ୍ଚତ୍ବା ପ୍ରତି ବିପଦ ସୃଷ୍ଟି ନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଦିବସ ପାଳନ ଅବସରରେ ୧୮୩ ସଦସ୍ୟ ରାଷ୍ଟ୍ର ମିଳିତ ଭାବେ ବନ୍ୟପ୍ରାଣୀ ଏବଂ ଉଦ୍ଭିଦର ସୁରକ୍ଷା ସହିତ ଜୈବ ବିବିଧତା ସଂରକ୍ଷଣ ପାଇଁ ବିଶ୍ୱ ବ୍ୟାପୀ କାର୍ଯ୍ୟ କରିଥାଆନ୍ତି।

Share