Posted inଫୁରସତ

ବନ୍ୟପ୍ରାଣୀ ଅଭୟାରଣ୍ୟ

ରାଜସ୍ଥାନର ଚୁରୁ ଜିଲାରେ ଥିବା ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ କୃଷ୍ଣସାର ମୃଗଙ୍କୁ ଏଠାରେ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ। ତା’ସହିତ ଅନ୍ୟାନ୍ୟ ବିରଳ ପଶୁପକ୍ଷୀଙ୍କୁ ଦେଖିବା ସହିତ ପର୍ଯ୍ୟଟକ ଏଠାରେ ସଫାରୀର
ମଜା ମଧ୍ୟ ନେଇପାରିବେ…

ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟ ରାଜସ୍ଥାନର ଚୁରୁ ଜିଲାସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ କୃଷ୍ଣସାର ମୃଗ ତଥା ଜାତିଜାତିକା ପକ୍ଷୀଙ୍କ ପାଇଁ ଏହି ଅଭୟାରଣ୍ୟର ରହିଛି ଅନେକ ଖ୍ୟାତି। ତା’ଛଡ଼ା ନାନା କିସମର ବୃକ୍ଷଲତା ସହ ବହୁ ବିରଳ ବନ୍ୟପ୍ରାଣୀଙ୍କୁ ବି ଏଠାରେ ଦେଖିବାର ସୂଯୋଗ ରହିଛି।
କ’ଣ ଦେଖିବେ
ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟରେ କେବଳ ବହୁ ସଂଖ୍ୟାରେ କୃଷ୍ଣସାର ମୃଗ ଦେଖାଯାନ୍ତି ତାହା ନୁହେଁ ନାନା ଜାତିର ବନ୍ୟପ୍ରାଣୀ ତଥା ସରିସୃପ ବି ଦେଖିବାକୁ ମିଳିଥାନ୍ତି। ତା’ଛଡ଼ା ଏହି ଅଭୟାରଣ୍ୟରେ ପ୍ରବାସୀ ଓ ନିବାସୀ ଦୁଇଟିକୁ ମିଶାଇ ପ୍ରାୟ ୧୨୨ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳେ। ଯେମିତିକି ହୈରିୟର୍‌, ଇଷ୍ଟର୍ନ ଇମ୍ପେରିଆଲ୍‌ ଇଗଲ୍‌, ଟାଉନି ଇଗଲ୍‌, ବ୍ଲାକ୍‌ ଇବିଶ୍‌, ସ୍କାଏ ଲାର୍କ, ରିଙ୍ଗ ଡୋଭ୍ସ, ବ୍ଲାକ୍‌ ଡ୍ରୋଙ୍ଗୋ, ଇଣ୍ଡିଆନ୍‌ ବୁଷ୍ଟାର୍ଡ ଇତ୍ୟାଦି ହେଉଛି ଏଠାରେ ଦେଖିବାକୁ ମିଳୁଥିବା କେତେକ ପ୍ରମୁଖ ପକ୍ଷୀ। ଅନ୍ୟପକ୍ଷେ ଏହି ଅଭୟାରଣ୍ୟରେ ଅନେକ ପରିମାଣରେ ବନସ୍ପତି ବୃକ୍ଷ ବି ରହିଛି। କହିବାକୁ ଗଲେ ପ୍ରକୃତିପ୍ରେମୀ ବା ପକ୍ଷୀପ୍ରେମୀଙ୍କ ପାଇଁ ଏହି ସ୍ଥାନଟି କୌଣସି ସ୍ବର୍ଗଠାରୁ କମ୍‌ ନୁହେଁ।

 

ଇତିହାସ

ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୬୬ ମସିହାରେ ଏହି କ୍ଷେତ୍ରଟି ସ୍ଥାନୀୟ ରାଜରାଜୁଡାଙ୍କ ଅଧୀନରେ ଥିଲା। ସେମାନେ ଏହି କ୍ଷେତ୍ରରେ ଶିକାର କରିବାକୁ ଆସୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୭୧ ମସିହାରେ ସରକାରଙ୍କ ଅଧୀନକୁ ଏହା ଯିବା ପରେ ଏଠାରେ କୃଷ୍ଣସାର ମୃଗଙ୍କୁ ସୁରକ୍ଷା ଦିଆଯିବାର ଯୋଜନା ହେଲା। ଶିକାର ନ କରିବା ପାଇଁ ଦୃଢ ପଦକ୍ଷେପ ମଧ୍ୟ ନିଆଗଲା। ସ୍ଥାନୀୟ ଅଞ୍ଚଳର ଅନୁକୂଳ ପରିବେଶ ପକ୍ଷୀମାନଙ୍କୁ ବି ଖୁବ୍‌ ଆକୃଷ୍ଟ କଲା। ଯେଉଁଥିପାଇଁ କ୍ରମେ ଅନେକ ବିଦେଶୀ ପକ୍ଷୀ ଏଠାକୁ ଆସିବାକୁ ଲାଗିଲେ। ସମୟାନୁସାରେ, ଅନ୍ୟ କେତେକ ବନ୍ୟପ୍ରାଣୀଙ୍କୁ ବି ଏଠାରେ ଦେଖିବାକୁ ମିଳିଲା। ଫଳରେ ଏହା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ପାଇଗଲା। ସ୍ଥାନୀୟ କେତେକ ଲୋକଙ୍କ କହିବାନୁଯାୟୀ, ଏହି ଅଭୟାରଣ୍ୟଟି କୁଆଡ଼େ ସମତଳ ଅଞ୍ଚଳରେ ଗଢିଉଠିଛି, ଯାହାକୁ କିଛି ଲୋଲେ ତାଲ ବୋଲି କହିଥାନ୍ତି। ସେହିପରି ନିକଟରେ ଛାପର ନାମକ ଏକ ଗାଁ ଥିବାରୁ, ଉଭୟକୁ ମିଶାଇ ଉକ୍ତ ଅଭୟାରଣ୍ୟର ନାମ କୁଆଡ଼େ ତାଲ ଛାପର ରଖାଯାଇଛି।

 

କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁସାରେ, ଏହି ଅଭୟାରଣ୍ୟକୁ ବର୍ଷର ସବୁ ସମୟରେ ବୁଲି ଯିବାର ସୁବିଧା ଥିଲେ ବି ନଭେମ୍ବରରୁ ଜୁନ୍‌ ହେଉଛି ଏଠାକୁ ଯିବାକୁ ସବୁଠୁ ଉପଯୁକ୍ତ ସମୟ। କାରଣ ଜୁନ୍‌ ପରେ ଏଠାରେ ଧୀରେ ଧୀରେ ବର୍ଷା ହେବାକୁ ଆରମ୍ଭ କରିଥାଏ। ବର୍ଷାଦିନେ ପଶୁପକ୍ଷୀ ବାହାରକୁ ସେତେ ବାହାରୁ ନଥିବାରୁ ସେମାନଙ୍କୁ ଦେଖିବା ସମ୍ଭବ ହୋଇ ନଥାଏ। ତେଣୁ ନଭେମ୍ବରରୁ ଜୁନ୍‌ ଭିତରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାକୁ ସୁବିଧା ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ଆରାମ ହେବ ସେଥିରେ ଯାଇ ଏଠାରେ ଖୁସିରେ ଭ୍ରମଣ କରିପାରିବେ। ଅନ୍ୟପକ୍ଷେ ଏଠାରେ ରହିବା ପାଇଁ ଗେଷ୍ଟ ହାଉସ୍‌ର ବି ସୁବିଧା ଉପଲବ୍ଧ ଅଛି। ପର୍ଯ୍ୟଟକ ଚାହିଁଲେ ଏହାର ମଧ୍ୟ ଫାଇଦା ନେଇପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri