ତୃତୀୟ ଥର ବିବାହ କରିବେ ଆମୀର? ସତ ଉପରୁ ପରଦା ହଟାଇଲେ ଅଭିନେତା

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ତାଙ୍କ ମୁଭି ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ହେଡଲାଇନରେ ରହିଆସିଛନ୍ତି। ତାଙ୍କର ପ୍ରଶଂସକ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆମୀରଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି। ଆମୀର ଖାନ ୨ଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ରିନା ଦତ୍ତାଙ୍କ ସହ ହୋଇଥିଲା। ରିନା ଏବଂ ଆମୀର ୧୯୮୬ରେ ବିବାହ କରିଥିଲେ । ଏହି ବିବାହ ୧୬ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏମାନଙ୍କର ଦୁଇଟି ସନ୍ତାନ ଆୟରା ଏବଂ ଜୁନେଦ ଅଛନ୍ତି । ରିନାଙ୍କଠାରୁ ଅଲଗା ହେବାପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ। କିରଣ ଏବଂ ଆମୀରଙ୍କର ଏକ ପୁତ୍ର ଆଜାଦ ଅଛନ୍ତି। ହେଲେ ଆମୀରଙ୍କ ଏହି ଦ୍ୱିତୀୟ ବିବହା ବେଶୀ ଦିନ ତିଷ୍ଠି ନ ଥିଲା। କିଛି ବର୍ଷ ହେବ ଏମାନେ ଅଲଗା ହୋଇଯାଇଛନ୍ତି। ଏବେ ଆମୀରଙ୍କ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଅଭିନେତା ତୃତୀୟ ବିବାହ କରିବେ କି ନା। ଯଦି କରିବେ କେବେ କରିବେ।
କିରଣ ଏବଂ ଆମୀର ୨୦୨୧ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଛାଡପତ୍ର ଘୋଷଣା କରିଥିଲେ। ବର୍ତ୍ତମାନ, ଆମୀର ରିୟା ଚକ୍ରବର୍ତ୍ତୀଙ୍କ ପୋଡକାଷ୍ଟରେ ଏମିତି କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ମନରେ ଥିବା ସନ୍ଦେହ ଦୂର କରିଛି। ଯେତେବେଳେ ରିୟା ଆମୀରଙ୍କୁ ତୃତୀୟ ଥର ବିବାହ କରିବା ବିଷୟରେ ପଚାରିଥିଲେ, ସେ କହିଥିଲେ – ‘ମୋର ବୟସ ୫୯ବର୍ଷ। ମୁଁ ଭାବୁନାହିଁ ଯେ ମୁଁ ବର୍ତ୍ତମାନ ପୁନର୍ବାର ବିବାହ କରିବାକୁ ସମର୍ଥ ହେବି। ଏହା ମୋ ପାଇଁ କଷ୍ଟକର। ମୋ ଜୀବନରେ ବର୍ତ୍ତମାନ ଅନେକ ସମ୍ପର୍କ ଅଛି। ମୁଁ ମୋ ପରିବାର ସହିତ ରହିଛି। ମୋର ସନ୍ତାନ, ଭାଇ ଓ ଭଉଣୀ ଅଛନ୍ତି। ମୋର ନିକଟତର ଲୋକମାନଙ୍କ ସହିତ ମୁଁ ଖୁସି ଅଛି । ମୁଁ ଜଣେ ଭଲ ବ୍ୟକ୍ତି ହେବା ଦିଗରେ କାର୍ଯ୍ୟ କରୁଛି ।

Share