Categories: ଜାତୀୟ

ଇଣ୍ଡିଆର ଅଂଶ ହୋଇ ରହିବ ନାହିଁ ଏଏପି, ସୁଖପାଲ ସିଂ ଖେରାଙ୍କ ଗିରଫଦାରୀ ପରେ ଏଏପି ଏମ୍‌ପିଙ୍କ ଜବାବ

ନୂଆଦିଲ୍ଲୀ,୨୮।୯: ବିଧାୟକ ସୁଖପାଲ ସିଂ ଖେରା ଗିରଫ ହେବା ପରେ ପଞ୍ଜାବରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି(ଏଏପି)ମଧ୍ୟରେ ବିବାଦ ବୃଦ୍ଧି ପାଇଛି। କଂଗ୍ରେସ ଏଏପି ସରକାରଙ୍କୁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରିଛି।ଯାହା ଉପରେ ଏଏପି ଏମ୍‌ପି ସୁଶୀଲ ଗୁପ୍ତା ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ସୁଖପାଲ ସିଂ ଖେରା ଦୋଷୀ ନୁହଁନ୍ତି ସେତେବେଳେ କଂଗ୍ରେସ ସରକାର ସମୟରେ ତାଙ୍କୁ କାହିଁକି ଗିରଫ କରାଯାଇଥିଲା। ଏଥି ସହିତ ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ ହୋଇ ରହିବା ପ୍ରଶ୍ନ ଉପରେ ସେ କହିଛନ୍ତି, ଶୀର୍ଷ ନେତୃତ୍ୱ ଏହା ଉପରେ ନିଷ୍ପତ୍ତି ନେବେ।

ସୁଶୀଲ ଗୁପ୍ତା କହିଛନ୍ତି, ଏହି ମେଣ୍ଟ କରିବା ଶୀର୍ଷ ନେତୃତ୍ୱର କାମ, ଆଞ୍ଚଳିକ ନେତାମାନେ ସର୍ବଦା ନିଜର ଶକ୍ତି ପ୍ରଦର୍ଶନ କରିଥାଆନ୍ତି। ହରିୟାଣାରେ କଂଗ୍ରେସ ନିଜେ ଗୋଟିଏ ବି ଆସନ ଜିତି ପାରିନାହିଁ, ତେବେ ସେମାନେ ନିଜ ବିଷୟରେ କିପରି କହୁଛନ୍ତି? ଏପରିକି ଦିଲ୍ଲୀରେ ମଧ୍ୟ ସେ ଗତ ତିନିଥର ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇନାହାଁନ୍ତି। ପଞ୍ଜାବରେ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଛନ୍ତି।

Share