Categories: ଜାତୀୟ

ଦାଦାଙ୍କ ସହ ପୁଣି ଆସିବେ କି ଅଜିତ ପାଓ୍ବାର: କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୬।୮: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ତାଙ୍କ ଦାତା ତଥା ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଛାୟାଠାରୁ ଦୂରରେ ରହି ଏନସିପିକୁ ସମ୍ଭାଳିବା ଏକ ବଡ ଦାୟିତ୍ୱ ଅଟେ। ଅଜିତ ପାୱାର ତାଙ୍କ ‘ଜନ ସମ୍ମାନ ଯାତ୍ରା’ବେଳେ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଶାସକ ମହାୟୁତି ସହଯୋଗୀ ଦଳ ଏନସିପି, ଶିବସେନା ଏବଂ ଭାଜପା ମଧ୍ୟରେ ଆସନ ବାଣ୍ଟି ଆଲୋଚନା ସକରାତ୍ମକ ଭାବେ ଅଗ୍ରଗତି କରୁଛି।
ଅଜିତ ପାୱାର ଏବଂ ତାଙ୍କ ନିକଟବର୍ତ୍ତୀ କିଛି ବିଧାୟକ ଗତ ବର୍ଷ ଜୁଲାଇରେ ଶରଦ ପାୱାରଙ୍କ ଦଳ ସହ ସମ୍ପର୍କ ଭାଙ୍ଗି ଭାଜପା-ଶିବସେନା ମିଳିତ ମେଣ୍ଟରେ ଯୋଗ ଦେଇଥିଲେ। ପରେ ଦଳର ଏନସିପି ଏବଂ ନିର୍ବାଚନ ଚିହ୍ନ ମଧ୍ୟ ଅଜିତ ପାୱାରଙ୍କ ନିକଟକୁ ଯାଇଥିଲା। ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି-ଏସପି ବିରୋଧୀ ଦଳ ମହା ବିକାଶ ଅଗାଡିର ଏକ ଅଂଶ। ଶରଦ ପାୱାରଙ୍କ ଏନସିପି ଏସପି ବ୍ୟତୀତ କଂଗ୍ରେସ ଏବଂ ଶିବସେନା ୟୁବିଟି ମଧ୍ୟ ମହା ବିକାଶ ଅଗାଡିରେ ଅନ୍ତର୍ଭୁକ୍ତ।
ଆଗାମୀ ରାଜ୍ୟ ନିର୍ବାଚନ ପାଇଁ ଆସନ ବାଣ୍ଟିବା ସମ୍ପର୍କରେ ଅଜିତ ପାୱାର କହିଛନ୍ତି, ସେ ଶିବସେନାର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡନଭିସଙ୍କ ସହ ଦୁଇଥର କଥା ହୋଇଛନ୍ତି ଏବଂ ଆଲୋଚନା ସକରାତ୍ମକ ଢଙ୍ଗରେ ଚାଲିଛି।
ଶରଦ ପାୱାରଙ୍କ ସହ ପୁନର୍ବାର ମିଳିତ ହେବାର ସମ୍ଭାବନା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଛନ୍ତି, ମୁଁ କେବଳ ମହାରାଷ୍ଟ୍ର ପାଇଁ ମୋର କାର୍ଯ୍ୟ ଏବଂ ଦୂରଦୃଷ୍ଟି ବିଷୟରେ କହିବି। ଆମେ ଲୋକଙ୍କୁ ଅନ୍ୟ ଏକ ସୁଯୋଗ ଦେବାକୁ କହିବୁ, ଯାହାଫଳରେ ଆମେ ରାଜ୍ୟକୁ ଅଧିକ ଟଙ୍କା ଆଣିପାରିବ। ମୁଁ ମୋ ମନର ଗୁରୁ। ମହାରାଷ୍ଟ୍ର ଭବିଷ୍ୟତ ପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ। ପାରିବାରିକ ରାଜନୀତି ଉପରେ କହିବାକୁ ସେ ମନା କରିଦେଇଥିଲେ।

Share