ମା’ ହେବା ପରେ ଫିଲ୍ମ ପରଦାକୁ ଦୂରେଇ ଯିବେ କି ଆଲିଆ

ବଲିଉଡ ସୁପରଷ୍ଟାର ରଣବୀର କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଶମଶେରା’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମକୁ ସହ ସେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଖୁବ୍‌ଶୀଘ୍ର ସେ ବାପା ହେବାକୁ ଯାଉଛନ୍ତି। ଏଥିପାଇଁ ରଣବୀୟ ବେଶ୍‌ ଖୁସି ମଧ୍ୟ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସ୍ତ୍ରୀ ଆଲିଆଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ମା’ ହେବା ପରେ ଆଲିଆଙ୍କ ଫିଲ୍ମ ପରଦାକୁ ଫେରିବେ ନା ନାହିଁ ପ୍ରଶ୍ନରେ ରଣବୀର କହିଛନ୍ତି, ମୁଁ ଏବଂ ଆଲିଆ ଆମର ଆଗାମୀ ସନ୍ତାନ ପାଇଁ ବହୁତ ଖୁସି। ଆମେ ବିବାହ ପୂର୍ବରୁ ମଧ୍ୟ ସନ୍ତାନ ଜନ୍ମ ପାଇଁ ଯୋଜନା ଆରମ୍ଭ କରିଥିଲୁ। ଆଲିଆ ଅଭିନୟ କ୍ୟାରିୟର ଉପରେ ମଧ୍ୟ ବିଚାର କରିଛୁ। ମୁଁ ଚାହେଁ ନାହିଁ, ଆଲିଆ ତାଙ୍କ ସ୍ବପ୍ନ ଅଧାରୁ ଛାଡନ୍ତୁ କିମ୍ବା ତାଙ୍କ ଫିଲ୍ମ କ୍ୟାରିୟର ବନ୍ଦ କରନ୍ତୁ। ତାଙ୍କୁ ସବୁକିଛି ସନ୍ତୁଳିତ କରି ଚାଲିବାକୁ ପଡିବ। ମୁଁ ସବୁବେଳେ ତାଙ୍କ ସହିତ ଅଛି। ନିକଟରେ ଆଲିଆ ଭଟ୍ଟ ମା’ ହେବାର ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଥିଲେ।
ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଶମଶେରା’ ଜୁଲାଇ ୨୨ରେ ପ୍ରେକ୍ଷାଳୟକୁ ଆସିବ। ଫିଲ୍ମ ‘ଶମଶେରା’ ମାଧ୍ୟମରେ ହିଁ ରଣବୀର କପୁର ପ୍ରାୟ ୪ ବର୍ଷ ପରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ଫିଲ୍ମର ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ବହୁତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri