ଦ୍ୱିତୀୟ ବିବାହ କରିବେ କି ଐଶ୍ୱର୍ଯ୍ୟା

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ତାଙ୍କୁ ଜଣେ ହିରୋଙ୍କ ସହ ଏକ ରିସୋର୍ଟରେ ଦେଖାଯାଇଥିଲା। ଏହାପରେ ସେ ଦ୍ୱିତୀୟ ବିବାହ କରିବେ ବୋଲି କୁହାଯାଉଛି। କିନ୍ତୁ ତାଙ୍କ ନିକଟତମ ବନ୍ଧୁ ଏଭଳି ଖବରକୁ ଖଣ୍ଡନ କରିଛନ୍ତି।
୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ୨୦୨୨ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ତଥାପି ସେମାନେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଛାଡପତ୍ର କରିନାହାଁନ୍ତି। ଐଶ୍ୱର୍ଯ୍ୟା ଏବଂ ଧନୁଷ ୨୦୦୪ରେ ବିବାହ କରିଥିଲେ। ଉଭୟ ବିବାହ ପରେ ଦୁଇ ପୁଅର ମାତାପିତା। ଐଶ୍ୱର୍ଯ୍ୟା ଫିଲ୍ମ ‘ଲାଲ ସଲାମ’ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ତାଙ୍କ ପିତା ରଜନୀକାନ୍ତ ଦେଇଛନ୍ତି।

Share