Categories: ଖେଳ

ବିଶ୍ୱକପ୍‌ ସ୍କ୍ବାଡ୍‌ରେ ସାମିଲ୍‌ ହେବେ କି ଅଶ୍ୱିନ୍‌: ଦ୍ରାବିଡ ଦେଲେ ଜବାବ

ନୂଆଦିଲ୍ଲୀ,୨୮।୯: ଘରୋଇ ମାଟିରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଷ୍ଟାର ସ୍ପିନର ଆର ଅଶ୍ୱିନ ମଧ୍ୟ ଭାରତର ଏକ ଅଂଶ ଥିଲେ। ଏହି ସିରିଜରେ ଅଶ୍ୱିନଙ୍କ ଚମତ୍କାର ପ୍ରଦର୍ଶନ ତାଙ୍କୁ ବିଶ୍ୱକପ ଦଳରେ କାହିଁକି ସାମିଲ କରାଯାଇନାହିଁ ବୋଲି ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୨୮ ଅର୍ଥାତ୍‌ ଆଜି ସୁଦ୍ଧା ବିଶ୍ୱକପ ଦଳରେ ଭାରତ ଅନ୍ତିମ ପରିବର୍ତ୍ତନ କରିପାରିବ।
ଅଶ୍ୱିନଙ୍କ ଭଲ ଫର୍ମ ଏବଂ ଅକ୍ଷର ପଟେଲଙ୍କ ଆଘାତ ଯୋଗୁ କଳ୍ପନାଜଳ୍ପନା ଦେଖାଦେଇଛି ଯେ ବିଶ୍ୱକପ୍‌ ଦଳରେ ଅଶ୍ୱିନଙ୍କୁ ନିଆଯିବ। ଅଲରାଉଣ୍ଡର ଅକ୍ଷର ପଟେଲ ବିଶ୍ୱକପ ଦଳର ଏକ ଅଂଶ। କିନ୍ତୁ ଏହାପୂର୍ବରୁ ଅକ୍ଷୟ ଏସିଆ କପ ୨୦୨୩ରେ ଆହତ ହୋଇଥିଲେ, ଏହି କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତର ଅଂଶ ହୋଇପାରି ନ ଥିଲେ। ଅକ୍ଷରଙ୍କ ଅନୁପସ୍ଥିତିରେ ସ୍ପିନର ଆର ଅଶ୍ୱିନ ଚମତ୍କାର ପ୍ରଦର୍ଶନ କରିଥିଲେ।
ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ବିଶ୍ୱକପ ଦଳରେ ଅଶ୍ୱିନଙ୍କ ସାମିଲ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି। ଅଶ୍ୱିନଙ୍କ ବିଷୟରେ ଦ୍ରାବିଡ କହିଛନ୍ତି, ଅଶ୍ୱିନ ପ୍ରଥମ ଦୁଇଟି ମ୍ୟାଚରେ ଭଲ ବୋଲିଂ କରିଥିଲେ। ଆମକୁ ସରକାରୀ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ। ଏନସିଏ ଚୟନକର୍ତ୍ତା ଏବଂ ଅଜିତ ଅଗରକରଙ୍କ ସହ ଯୋଗାଯୋଗରେ ଅଛି ତେଣୁ ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ।
ରାହୁଲ ଦ୍ରାବିଡ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଦଳରେ ମୌଣସି ପରିବର୍ତ୍ତନ ଆଶା କରାଯାଉ ନାହିଁ, ଅର୍ଥାତ୍‌ ଅଶ୍ୱିନଙ୍କ ପାଇଁ ବିଶ୍ୱକପ ଦଳରେ ସୁଯୋଗ ପାଇବା ସହଜ ନୁହେଁ।

Share