Categories: ଜାତୀୟ

କୋଭିଡ୍‌ ଗାଇଡଲାଇନ ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ, ୧୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବାକୁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ପାଳନ ନ ହେଲେ ନିର୍ବାଚନୀ ରାଲି ବନ୍ଦ କରିବାକୁ ଇସି କହିଛନ୍ତି। ଗତବର୍ଷ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଭିଡ୍‌ ଗାଇଡଲାଇନ ଜାରି କରାଯାଇଥିଲା। ସମସ୍ତ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ନେତାମାନଙ୍କୁ ପତ୍ର ଲେଖି ଇସି ଜଣାଇଦେଇଛନ୍ତି। ନିର୍ବାଚନୀ ସଭା ଓ ପ୍ରଚାର ବେଳେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଆଦି ନିୟମ ପାଳନ ହେଉ ନ ଥିବା ଇସିଙ୍କ ନଜରକୁ ଆସିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

Share