Posted inବରଗଡ଼

ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ମୁଲବାର ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ର ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟ ଦୟାନିଧି ପ୍ରଧାନ, ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ପ୍ରମୁଖ ଯୋଗଦେଇ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୈଲାଶ ଭୁଏ ଅଧ୍ୟକ୍ଷତା କରିଥିଲେ। ସେହିପରି ଆଶିଷ କୁମାର ରଥ ଏବଂ କୈଳାସ ଭୁଏ ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସରେ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଦାଶ ସୂଚନା ଦେଇଛନ୍ତି। ଶ୍ରୁତିମୟୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ...

ରାଜ୍ୟ ରାଜପଥରେ ହାତୀ ଉପଦ୍ରବ

ଜି.ଉଦୟଗିରି,୧୦।୪,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଠାରୁ କଳିଙ୍ଗା ଯିବା ରାଜ୍ୟ ରାଜପଥ ନିକଟ ରାଇପଦାଠାରେ ଗୁରୁବାର ସା ୮ ଘଣ୍ଟିକା ଠାରୁ ହାତୀପଲ...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ସମ୍ବଲପୁର,୧୦ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ୨୦୨୩ରେ ଘଟିଥିବା ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ପୋକ୍‌ସୋ ଅଦାଲତ...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି: ଜଣେ କର୍ମଚାରୀ ନିଲମ୍ବିତ

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍‌ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର...

ପାଲଟା ଟାରିଫ୍‌କୁ ୯୦ ଦିନ ଅଟକାଇଲା ୟୁରୋପୀୟ ସଂଘ

ବ୍ରସେଲ୍ସ,୧୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରେସିପ୍ରୋକାଲ ଟାରିଫ୍‌ କାର୍ଯ୍ୟକାରିତାକୁ ୯୦ ଦିନ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆମେରିକା ସାମଗ୍ରୀ...

ମମତା ସରକାରଙ୍କୁ ହଟାଇବାକୁ ଏମିତି ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ...

ଅନ୍ଧାରରେ ଗଞ୍ଜାମ ସହର

ଗଞ୍ଜାମ,୧୦।୪,(ବିଦ୍ୟାଧର ସାହୁ ): ଦୀର୍ଘ ବର୍ଷ ହେବ ବିଭିନ୍ନ ସମସ୍ୟାରେ ଜର୍ଜରିତ ଗଞ୍ଜାମ ସହର l ବିଭିନ୍ନ ସମସ୍ୟାଠାରୁ ବଳିଯାଇଛି ସହରର ଆଲୋକିକରଣ l ଅଧିକାଂଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image