‘ରୁଷିଆ-ୟୁକ୍ରେନ୍‌ ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପଦ’

ଜାତିସଂଘ,୧୯ା୨: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପତ୍ତି ଆସିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଛନ୍ତି।

ମ୍ୟୁନିକ୍‌ ସମ୍ମିଳନୀକୁ ସମ୍ବୋଧନ କରି ଗୁଟେରେସ୍‌ କହିଛନ୍ତି, ୟୁକ୍ରେନ୍‌କୁ ରୁଷିଆ ସୈନ୍ୟ ଘେରି ରହିଥିବା ସ୍ଥିତିକୁ ନେଇ ସେ ଚିନ୍ତିତ। ଏହା ୟୁରୋପରେ ସାମରିକ ସଂଘର୍ଷକୁ ଜନ୍ମ ଦେବା ଆଶଙ୍କା ଦେଖାଦେଇଛି। ଯଦି ତାହା ହୁଏ ତେବେ ବିପତ୍ତି ଆସିବ। କୂଟନୀତିର କିଛି ବିକଳ୍ପ ନାହିଁ ବୋଲି ଗୁଟେରେସ୍‌ ଚେତାଇ ଦେଇଛନ୍ତି।

Share