Categories: ଜାତୀୟ

ପ୍ରେମିକାକୁ ୩୦ ବର୍ଷ ତଳେ ଦେଇଥିଲେ କଥା ‘ ଦିନେ ମୁଖ୍ୟମନ୍ତ୍ରୀ ହେବି ’

ଗୁଆହାଟି, ୧୦।୫- ‘ ଦିନେ ମୁଁ ମୁଖ୍ୟମନ୍ତ୍ରୀ ହେବି ’। ୩୦ ବର୍ଷ ତଳେ ପ୍ରେମିକାଙ୍କୁ ଏଭଳି କଥା ଦେଇଥିଲେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା (୫୨)। କଟନ କଲେଜରେ ଛାତ୍ର ନେତା ଥିବାବେଳେ ଭଲ ପାଇ ବସିଥିଲେ ରିଙ୍କି ଭୁୟାଁଙ୍କୁ। ପରବର୍ତ୍ତୀ ସମୟରେ ତାଙ୍କୁ ହିଁ ବିବାହ କରିଥିଲେ ଭାଜପା ନେତା ହିମନ୍ତ।

ଛାତ୍ର ଜୀବନରୁ ସେ ରାଜନୀତିକୁ ଗୁରୁତ୍ୱ ଦେଉଥିଲେ। ଭବିଷ୍ୟତରେ କ’ଣ ହେବାକୁ ଚାହୁଁଥିଲେ, ତାହା ସେବେଠୁ ପୂରା ନିଶ୍ଚିତ କରିଥିଲେ ବୋଲି ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ହିମନ୍ତଙ୍କ ପତ୍ନୀ ଗଣମାଧ୍ୟମକୁ ଏହା କହିଛନ୍ତି।

“ ତାଙ୍କୁ ୨୨ ହୋଇଥିବା ବେଳେ ମୁଁ ୧୭ ବର୍ଷର ଥିଲି। ମା’ଙ୍କୁ ତାଙ୍କ ଭବିଷ୍ୟତ ସମ୍ପର୍କରେ କ’ଣ କହିବି ବୋଲି ପ୍ରଶ୍ନ କରିଥିଲି। ସେ ଉତ୍ତରରେ କହିଥିଲେ, ତୁମ ମା’ଙ୍କୁ କହି ଦେବ ମୁଁ ଆସାମର ମୁଖ୍ୟମନ୍ତ୍ରୀ ହେବି ”।

ସେ ବିଧାୟକ ଥିଲାବେଳେ ବିବାହ କରିଥିଲୁ। ପରେ ମନ୍ତ୍ରୀ ଆଉ ଏତେ ବାଟ ଆସିଲା ପରେ ମୁଖ୍ୟମନ୍ତ୍ରୀ ହେଲେ। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାବେଳେ ମଧ୍ୟ ମୁଁ ବିଶ୍ୱାସ କରିପାରୁ ନାହିଁ। ଏହାକୁ ଗ୍ରହଣ କରିବାକୁ ମୋତେ ସମୟ ଲାଗିବ ବୋଲି ପତ୍ନୀ ରିଙ୍କି କହିଛନ୍ତି।

Share