Categories: ବାଣିଜ୍ୟ

ଖୁବ୍‌ଶୀଘ୍ର ସରିବ ‘ଡିଏନ୍‌ ଫେରିଟେଲ୍‌’

ଭୁବନେଶ୍ୱର,୪।୩: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍‌ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍‌ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଏହି ଅବସରରେ ଡିଏନ୍‌ ହୋମ୍‌ସର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଣ୍ଟ ଶ୍ୟାମସୁନ୍ଦର ପାଢ଼ୀ ଉକ୍ତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରି କହିଥିଲେ, ୨୦୧୯ରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏପରିକି ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ ବୋଲି ପାଢ଼ୀ ମତବ୍ୟକ୍ତ କରିଛନ୍ତି। ସେହିଭଳି ଡିଏନ୍‌ ହୋମ୍‌ସ ସବୁବେଳେ ଗ୍ରାହକଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇଥାଏ। ଏପରିକି ଗ୍ରାହକଙ୍କର ବିଶ୍ୱାସ ଓ ଭରସାକୁ ପୁଞ୍ଜିକରି ସଂସ୍ଥା ଆଗକୁ ବଢ଼ିଥାଏ ବୋଲି ସେ କହିଛନ୍ତି। ସେହିପରି କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ସେଲ୍‌ସ ନିଖିଲ ବାଜପେୟୀ କହିଥିଲେ, ଉକ୍ତ ପ୍ରକଳ୍ପ ଉଭୟ ଶିଶୁ ଓ ବୟସ୍କମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପର ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶେଷକରି ଏହାର ଗ୍ରାହକମାନଙ୍କ ପାଇଁ ଜଗିଂ ଟ୍ରାକ୍‌, ଶୀତତାପ ନିୟନ୍ତ୍ରିତ ଜିମ୍‌, ସୁଇମିଂ ପୁଲ୍‌, କିଡ୍‌ସ ପୁଲ୍‌, ଫିସ୍‌ ପଣ୍ଡ, ଶପିଂ ସେଣ୍ଟର, ଟେନିସ କୋର୍ଟ, କ୍ରିକେଟ ନେଟ୍‌ ପ୍ରାକ୍ଟିସ, ଆମ୍ପି ଥଏଟର, ରେଷ୍ଟୁରାଣ୍ଟ, କାଫେଟେରିଆ, ତିନିଥାକିଆ ସିକ୍ୟୁରିଟି ବ୍ୟବସ୍ଥା ସହ ଅନ୍ୟାନ୍ୟ ବହୁ ସୁବିଧା ସୁଯୋଗ ରହିଛି ା ଅପରପକ୍ଷରେ ଇଶ୍ୱରଙ୍କ ଆଶୀର୍ବାଦ ଓ ଗ୍ରାହକମାନଙ୍କ ସହଯୋଗରୁ ୭୦୮ଫ୍ଲାଟ ବିଶିଷ୍ଟ ଉକ୍ତ ପ୍ରକଳ୍ପର କାମ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ବାଜପେୟୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରକଳ୍ପ ଯୋଗୁ ସମଗ୍ର ମଦନପୁର ଓ ଦୁର୍ଗାପୁର ଅଞ୍ଚଳର ସାମାଜିକ ଭିତ୍ତିଭୂମିର ବିକାଶ ସହ ସ୍ଥାନୀୟ ବାସିନ୍ଦାମାନଙ୍କର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି।

Share