ରଜନୀକାନ୍ତଙ୍କ ସହ ଏକାଠି ନଜର ଆସିବେ

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ, ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଯୋଡ଼ିକୁ ପ୍ରଶଂସକ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଦୁହିଁଙ୍କୁ ‘ଜେଲର’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଏକତ୍ର ଦେଖିବାକୁ ମିଳିବ। ପରଦାରେ ରଜନୀକାନ୍ତ- ତମନ୍ନାଙ୍କ ଯୋଡ଼ିକୁ ନେଇ ଉତ୍ସାହ ରହିଥିବାବେଳେ ନିକଟରେ ରିଲିଜ୍‌ ହୋଇଥିବା ଏକ ଗୀତରେ ତମନ୍ନାଙ୍କୁ ନାଚୁଥିବା ଦେଖିବାକୁ ମିଳିଛି। ଦୁଇ କଳାକାରଙ୍କ ମଧ୍ୟରେ ୩୯ ବର୍ଷର ବୟସ ବ୍ୟବଧାନ ରହିଥିବାରୁ ଅନେକେ ସେମାନଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି। ଏହା ତମନ୍ନା ପୂର୍ବରୁ ଅଭିନେତା ଚିରଞ୍ଜୀବୀଙ୍କ ସହ ‘ଭୋଲା ଶଙ୍କର’ରେ ଏକାଠି ଅଭିନୟ କରିଛନ୍ତି। ଦୁହିଁଙ୍କ ବୟସ ବ୍ୟବଧାନକୁ ନେଇ ତମନ୍ନା କହିଛନ୍ତି, ପରଦାରେ ଯେଉଁ ଚରିତ୍ର ନିଭାଉଛୁ, ତାକୁ ଦେଖନ୍ତୁ, ବୟସ ବ୍ୟବଧାନ ଦେଖନ୍ତୁ ନାହିଁ। ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଥାଲାଇଭର୍‌ ୧୭୦’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ତମନ୍ନା ୨୦୦୫ରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଶେଷଥର ପାଇଁ ତାଙ୍କୁ ଲଷ୍ଟ ‘ଷ୍ଟୋରି-୨’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ହାତରେ ଅନେକ ଫିଲ୍ମ ରହିଛି।

Share