ଭାଙ୍ଗିଯିବ କି ବିଜେଡି? ନବୀନଙ୍କ ବୈଠକ ପରେ…

ଭୁବନେଶ୍ୱର,୨୪।୬: ବିଜେଡିର ପରାଜୟ ପରେ ଦଳର ବରିଷ୍ଠ ନେତା ଏବଂ ବିଭିନ୍ନ ଅଞ୍ଚଳର କାର୍ଯ୍ୟକର୍ତ୍ତାଙ୍କ ସହ ଘନଘନ ବୈଠକ କରୁଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ବିରାଟ ପରାଜୟ ପରେ କ’ଣ ବିଜେଡି ଭାଙ୍ଗିଯିବ କି? ଏସବୁକୁ ନେଇ ଏବେ ଟେନସନରେ ଅଛନ୍ତି କି ସୁପ୍ରିମୋ ନବୀନ ପଟ୍ଟନାୟକ? ଯାହାକୁ ନେଇ ନବୀନ ଏତେ ବୈଠକ କରୁଥିବା ଚର୍ଚ୍ଚା ହେଉଛି।

ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ ରହିବାକୁ ପରାମର୍ଶ ନବୀନ ଦେଇଛନ୍ତି । ଏହାସହ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଅଛି ସତ, ହେଲେ ମ୍ୟାଜିକ ନମ୍ବରରୁ ମାତ୍ର ୨ରୁ ୩ ଜଣ ଅଧିକ ଅଛନ୍ତି। ତେଣୁ ଅପେକ୍ଷା କର ଓ ଆଉ ଏକଜୁଟ ହୋଇ ରୁହ। ଦଳକୁ ମଜବୁତ କର। ନବୀନଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ନବୀନଙ୍କୁ ଭେଟୁଛନ୍ତି ନେତା ତାହା ସ୍ପଷ୍ଟ ଜଣାପଡିନାହିଁ। ସେପଟେ ନବୀନଙ୍କ ଏହି ମନ୍ତବ୍ୟ କେବଳ କର୍ମୀଙ୍କ ମନୋବଳ ବଢାଇବ ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

 

Share