ଓଡ଼ିଶାରେ ଭାଜପା ମେଣ୍ଟ କରିବ ନା ପ୍ରାର୍ଥୀ ଘୋଷଣା କରିବ, ବଢ଼ୁଛି…

ଭୁବନେଶ୍ୱର,୧୨।୩: ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଭାଜପା ଓ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଖୁବଶୀଘ୍ର ଭାଜପାର  ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ। ସୋମବାର ବିଳମ୍ବିତ ରାତି ଯାଏ ବସିଥିବା ଭାଜପା  କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଏ ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ଜୋର ଧରୁଛି।
ସୋମବାର ପ୍ରାୟ ୪ଘଣ୍ଟା ଧରି ଭାଜପାର  ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ବିଳମ୍ବିତ ରାତିରେ ଏହି ବୈଠକ ଶେଷ ହୋଇଥିଲା।
ନିକଟରେ ଭାଜପା ପ୍ରଥମ ତାଲିକା ଘୋଷଣା  କରିଥିବା ବେଳେ ପ୍ରଥମ ତାଲିକାରେ ୧୬ଟି ରାଜ୍ୟର ୧୯୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମାତ୍ର ପ୍ରଥମ ତାଲିକାରେ ଦଳ ଓଡିଶାରୁ ପ୍ରାର୍ଥୀ ଦେଇ ନ ଥିବା ବେଳେ ଦ୍ୱିତୀୟ ତାଲିକାରେ ନାମ ଚୂଡ଼ାନ୍ତ ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷେ  ଏବେବି ମଧ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା କମିନାହିଁ । କେଉଁଠି ନା କେଉଁଠି   ଲୋକଙ୍କ ମନକୁ ଆସୁଛି  ମେଣ୍ଟ ହେବ କି?
ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ମଙ୍ଗଳବାର ଏହା ସ୍ପଷ୍ଟ ହୋଇପାରେ  ବୋଲି କୁହାଯାଉଛି। ସୋମବାର  ରାଜ୍ୟ ରାଜଧାନୀରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ବସିଥିଲା ଘନ ଘନ ବୈଠକ । ଏହି ବୈଠକରେ ଆସନ ବୁଛାମଣା ନେଇ ନିଷ୍ପତ୍ତିି ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଭାଜପାର  ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଡେରା ପକାଇଥିବା ବେଳେ ରାତିରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଭୁବନେଶ୍ୱର ଘରେ ଏକାଠି ହୋଇଥିଲେ ଅନେକ  ବିଧାୟକ । ରୁଦ୍ଧଦ୍ୱାର ବୈଠକରେ ଥିଲେ କୁସୁମ ଟେଟେ, ସନାତନ ବିଜୁଳି, ଭାସ୍କର ମଢେଇ ଓ କେ.ନାରାୟଣ ରାଓ । ମେଣ୍ଟ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଆଜି ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି କୁହାଯାଉଛି । ମେଣ୍ଟ ହେବ କି ନାହିଁ ? ଯଦି ହୁଏ କିଏ କେତେ ଆସନରେ ଲିଢ଼ିବ ? ଏ ନେଇ  ଖୁବ୍‌ଶୀଘ୍ର ବିଧିବଦ୍ଧ ଘୋଷଣା ହୋଇପାରେ ।
Share