Categories: ଜାତୀୟ

‘ଭାଲେନଟାଇନ୍ସ ଡେ’ରେ ପାର୍କରେ ବୁଲିଲେ ଗୋଡ଼ ଭାଙ୍ଗିଦେବୁ’

ଭୋପାଳ,୧୩।୨: ପାର୍କରେ ଭାଲେନଟାଇନ୍ସ ଡେ’ ପାଳୁଥିବା ଦେଖିଲେ, ପ୍ରେମୀ ଯୁଗଳଙ୍କ ଗୋଡ଼ ବାଡେଇ ଭାଙ୍ଗି ଦେବୁ। ମଧ୍ୟପ୍ରଦେଶର ଭୋପାଳରେ ପ୍ରେମୀ ଯୁଗଳଙ୍କ ପାଇଁ ଏଭଳି ଚେତାବନୀ ଜାରି କରିଛନ୍ତି ଶିବା ସେନା କର୍ମୀ। ଏ ନେଇ କାଳିକା ଶକ୍ତି ପୀଠ ମନ୍ଦିରରେ ଶିବ ସେନା କର୍ମୀମାନେ ରବିବାର ଲାଠି ପୂଜା କରିଛନ୍ତି।

ଦଳ ପକ୍ଷରୁ ଆୟୋଜିତ ଡେମୋନଷ୍ଟ୍ରେଶନ ବେଳେ କୁହାଯାଇଛି, ଆମେ ଭୋପାଳର ବିଭିନ୍ନ ଅଞ୍ଚଳରେ ଥିବା ପାର୍କରେ ବାଡି ଧରି ପାଶ୍ଚାତ୍ୟ ପରାମ୍ପରା ପାଳନକୁ ବିରୋଧ କରିବୁ। ଯଦି କାହାକୁ ପାଳନ କରୁଥିବା ଦେଖିବୁ, ତେବେ ସେହି ସ୍ଥାନରେ ସେମାନଙ୍କ ବିବାହ କରେଇବୁ। ସେଠାରୁ ବାଜା ବଜାଇ ପ୍ରୋଶେସନରେ ନେବୁ।
ଅନ୍ୟପକ୍ଷରେ ଶିବ ସେନା ପକ୍ଷରୁ ପବ୍ସ, ରେଷ୍ଟୁରାଣ୍ଟ ଓ ହୋଟେଲ ପରିଚାଳକଙ୍କୁ ଭାଲେନଟାଇନ୍ସ ଡେ’ ପାଇଁ କୌଣସି ଇଭେଣ୍ଟ ଆୟୋଜନ ନ କରିବାକୁ ଚେତବାନୀ ଜାରି କରାଯାଇଛି।

Share