Posted inଜାତୀୟ

କମିବ ଖରିଫ ଉତ୍ପାଦନ

ନୂଆଦିଲ୍ଲୀ,୧୦।୯(ପି.ଟି.): ଚଳିତ ଖରିଫ୍‌ ଋତୁରେ କମ୍‌ ଅଞ୍ଚଳରେ ଧାନ ବୁଣାଯାଇଥିବାରୁ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିପାରେ ବୋଲି କେନ୍ଦ୍ର ସରକାର ପୂର୍ବାନୁମାନ କରିଛନ୍ତି। ଘରୋଇ ଯୋଗାଣ ବଢ଼ାଇବା ଏବଂ ଦରବୃଦ୍ଧି ରୋକିବା ଲାଗି ଭଙ୍ଗା ଚାଉଳ ରପ୍ତାନି ଉପରେ ସରକାର ନିଷେଧାଦେଶ ଲଗାଇଛନ୍ତି। ସେହିପରି ଉଷୁନା ଚାଉଳ ବ୍ୟତୀତ ଅଣବାସ୍‌ମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲଗାଯାଇଛି। ଖରିଫରେ ଚାଉଳ ଉତ୍ପାଦନ କମିବା ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ପାଇକାରୀ ବଜାରରେ ଚାଉଳ ଦର ୮ ପ୍ରତିଶତ ଏବଂ ଖୁଚୁରା ବଜାରେ ୬ ପ୍ରତିଶତ ବୃଦ୍ଧି ପାଇଛି।
ଭଙ୍ଗା ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଲଗାଇବାର ଯଥାର୍ଥତା ସମ୍ପର୍କରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଅନେକ ରାଜ୍ୟରେ କମ୍‌ ବୃଷ୍ଟିପାତ ହେବା କାରଣରୁ ଚଳିତ ଖରିଫ ଋତୁରେ ୩୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇ ନାହିଁ। ଭାରତର ମୋଟ ଚାଉଳ ଉତ୍ପାଦନର ୮୦ ପ୍ରତିଶତ ଖରିଫ ଋତୁରୁ ମିଳିଥାଏ। ଧାନ ବୁଣା କମିଥିବାରୁ ଚଳିତ ବର୍ଷ ଚାଉଳ ଉତ୍ପାଦନ ୧୦ରୁ ୧୨ ନିୟୁତ ଟନ୍‌ କମିବା ଅନୁମାନ କରାଯାଉଥିବା ଖାଦ୍ୟ ସଚିବ କହିଛନ୍ତି।
୨୦୨୧-୨୨ ଫସଲ ଋତୁରେ ଭାରତର ମୋଟ ଚାଉଳ ଉତ୍ପାଦନ ୧୩୦.୨୯ ନିୟୁତ ଟନ୍‌ ଆକଳନ କରାଯାଇଥିଲା, ଯାହାକି ପୂର୍ବବର୍ଷ ୧୨୪.୩୭ ନିୟୁତ ଟନ୍‌ ଥିଲା। ମୋଟ ଉତ୍ପାଦନରୁ ୧୧୧.୭୬ ନିୟୁତ ଟନ୍‌ ଖରିଫ୍‌ରୁ ଏବଂ ୧୮.୫୩ ନିୟୁତ ଟନ୍‌ ରବି ଋତୁରେ ମିଳିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତ ୨.୯୪ ନିୟୁତ ଟନ୍‌ ବାସ୍‌ମତି ଚାଉଳ ସମେତ ମୋଟ ୨୧.୨ ନିୟୁତ ଟନ୍‌ ଚାଉଳ ରପ୍ତାନି କରିଥିଲା। ତେବେ ଚଳିତ ଖରିଫ ଋତୁରେ ବିଭିନ୍ନ ରାଜ୍ୟରେ ଭଲ ବର୍ଷା ହୋଇ ନ ଥିବାରୁ ଉତ୍ପାଦନ କମିବାକୁ ଯାଉଛି। ସରକାରଙ୍କ ଆକଳନ ଅନୁଯାୟୀ ୪ ରାଜ୍ୟରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ୨୫ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇପାରି ନାହିଁ। ଏହି ରାଜ୍ୟଗୁଡ଼ିକରେ ଉତ୍ପାଦନ ୭-୮ ନିୟୁତ ଟନ୍‌ କମିପାରେ। ସେହିପରି ଅନ୍ୟ ରାଜ୍ୟରେ ଫସଲର ବିବିଧୀକରଣ କାରଣରୁ ଧାନବୁଣା କମ୍‌ ହୋଇଛି। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତବର୍ଷ ୪୦୬.୮୯ ଲକ୍ଷ ହେକ୍ଟର ଜମିରେ ଧାନ ବୁଣାଯାଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ୨ ସୁଦ୍ଧା ତାହା ୫.୬୨ ପ୍ରତିଶତ ହ୍ରାସ ପାଇ ୩୮୩.୯୯ ଲକ୍ଷ ହେକ୍ଟର ଜମିରେ ଧାନଚାଷ ହୋଇଛି। ଝାଡ଼ଖଣ୍ଡରେ ୯.୮୦ ଲକ୍ଷ ହେକ୍ଟର, ମଧ୍ୟପ୍ରଦେଶରେ ୬.୩୨ ଲକ୍ଷ ହେକ୍ଟର, ପଶ୍ଚିମବଙ୍ଗରେ ୪.୪୫ ଲକ୍ଷ ହେକ୍ଟର, ଛତିଶଗଡ଼ରେ ୩.୯୧ ଲକ୍ଷ ହେକ୍ଟର, ଉତ୍ତରପ୍ରଦେଶରେ ୨.୬୧ ଲକ୍ଷ ହେକ୍ଟର ଓ ବିହାରରେ ୨.୧୮ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ହୋଇପାରି ନାହିଁ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ କିଲୋଗ୍ରାମ ପ୍ରତି ୨ ଟଙ୍କାରେ ଚାଉଳ ଏବଂ ୩ ଟଙ୍କାରେ ଗହମ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏ ଯୋଗାଇ ଦିଆଯାଉଛି। ଏହା ବାଦ୍‌ କରୋନା ମହାମାରୀ ଯୋଗୁ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ କେନ୍ଦ୍ର ସରକାର ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ସେପ୍ଟେମ୍ବର ପରେ ଏହାର ସମୟସୀମା ବଢ଼ିବ କି ନାହିଁ ଏନେଇ ଖାଦ୍ୟ ସଚିବ କୌଣସି ଉତ୍ତର ଦେଇନାହାନ୍ତି। ଚଳିତ ବର୍ଷ ଗହମ ଉତ୍ପାଦନ କମିଥିବାରୁ ସରକାର ଅଧିକ ଚାଉଳ ଯୋଗାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନରେଗାରେ ବୃଦ୍ଧି ହେଉ ସର୍ବନିମ୍ନ ମଜୁରୀ, ଦାବି କଲେ ସୋନିଆ

ନୂଆଦିଲ୍ଲୀ,୧୮।୩: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର (୧୮ ମାର୍ଚ୍ଚ) ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି...

ମହାକୁମ୍ଭ ରୂପରେ ଭାରତର ବିଶାଳ ରୂପ ଦେଖିଲା ସାରା ବିଶ୍ୱ: ମୋଦି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ ମହାକୁମ୍ଭର ଆୟୋଜନ ବିଷୟରେ କହିଥିଲେ। ଏହି ସମୟରେ ସେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ଲୋକମାନଙ୍କୁ ଧନ୍ୟବାଦ...

ପାକିସ୍ତାନରୁ ଆସିଥିବା ସୀମା ହାଇଦର ଶିଶୁ କନ୍ୟାଙ୍କୁ ଦେଲେ ଜନ୍ମ, କ’ଣ ଝିଅକୁ ମିଳିପାରିବ ଭାରତୀୟ ନାଗରିକତା?

ନୂଆଦିଲ୍ଲୀ,୧୮।୩: ପାକିସ୍ତାନର ସୀମା ହାଇଦର ଯିଏ PUBG ଖେଳୁଥିବା ସମୟରେ ଭାରତର ସଚିନ ମୀନାଙ୍କ ପ୍ରେମରେ ପଡ଼ିଯାଇଥିଲେ ଏବଂ ପାକିସ୍ତାନରେ ଥିବା ନିଜ ପରିବାରକୁ ଛାଡି...

ଗୁଜବକୁ ନେଇ ନାଗପୁରରେ ହିଂସା

ନାଗପୁର,୧୮।୩: ସୋମବାର ସାରେ ମହାରାଷ୍ଟ୍ରର ନାଗପୁରରେ ଔରଙ୍ଗଜେବଙ୍କ ସମାଧି ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା। ସହରର ମାହାଲ ଅଞ୍ଚଳରେ ଘଟିଥିବା ହିଂସା ଅନ୍ୟ ଅଞ୍ଚଳକୁ ମଧ୍ୟ...

ମୋଦି ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ମହାରାଜ ଥିଲେ: ଭାଜପା ଏମ୍‌ପିଙ୍କ ମନ୍ତବ୍ୟକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୧୮।୩: ଛତ୍ରପତି ଶିବାଜୀ ମହାରାଜ ଏବଂ ମୋଗଲ ଶାସକ ଔରଙ୍ଗଜେବଙ୍କୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ଚାଲିଛି। ଏବେ ଜଣେ ଭାଜପା ଏମ୍‌ପି ଶିବାଜୀ ମହାରାଜଙ୍କ ବିଷୟରେ...

NEET PG 2025:ଏହି ଦିନ ହେବ NEET PG ପରୀକ୍ଷା: ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୮/୩: ମେଡିକାଲ କ୍ଷେତ୍ରରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ନ୍ୟାଶନାଲ ବୋର୍ଡ...

ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଯାଉ, ନଚେତ୍‌ ଭାଙ୍ଗିଦେବୁ: ହିନ୍ଦୁ ସଙ୍ଗଠନଗୁଡ଼ିକର ଚେତାବନୀ

ଛତ୍ରପତି ସମ୍ଭାଜିନଗର, ୧୭।୩ :ମୋଗଲ ସମ୍ରାଟ୍‌ ଔରଙ୍ଗଜେବଙ୍କ କବରକୁ ନେଇ ମହାରାଷ୍ଟ୍ରରେ ବିବାଦ ଦେଖାଦେଇଛି। ଔରଙ୍ଗାବାଦ ଜିଲାର ଖୁଲଦାବାଦ ସହରସ୍ଥିତ ଔରଙ୍ଗଜେବଙ୍କ କବରସ୍ଥଳକୁ ହଟାଇବା ପାଇଁ...

ସୋସିଆଲ୍‌ ମିଡିଆ ‘ଟ୍ରୁଥ୍‌’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି: ପ୍ରଥମେ ଏହି ୨ ଜଣଙ୍କୁ କଲେ ଫଲୋ

ନୂଆଦିଲ୍ଲୀ,୧୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image