Categories: ଖେଳ

ଆଇପିଏଲ୍‌ରୁ ଅବସର ନେବେ କି ଧୋନୀ: ରୋହିତ ଶର୍ମା କଲେ ଖୁଲାସା

ମୁମ୍ବାଇ,୨୯।୩: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଆଗାମୀ ସିଜନ ପରେ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ୪୧ ବର୍ଷୀୟ ଧୋନୀ ଚେନ୍ନାଇରେ ତାଙ୍କର ଶେଷ ମ୍ୟାଚ ଖେଳିବେ ବୋଲି ପୂର୍ବରୁ କହିଛନ୍ତି। ଅନେକ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ, ସେ ଚଳିତ ବର୍ଷ ପରେ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ନିକଟରେ ମୁମ୍ବାଇ ଇଣ୍ଡିଆନ ଅଧିନାୟକ ରୋହିତ ଶର୍ମାଙ୍କୁ ଏ ବିଷୟରେ ପଚରାଯିବାରୁ ସେ ଏକ ମଜାଦାର ଉତ୍ତର ଦେଇଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲରେ ଚିରପ୍ରତିଦ୍ୱନ୍ଦ୍ୱୀ କୁହାଯାଏ। ମୁମ୍ବାଇ ୫ଥର ଟାଇଟଲ ଜିତିଛି। ଚେନ୍ନାଇକୁ ଚାରିଥର ସଫଳତା ମିଳିଛି। ରୋହିତଙ୍କୁ ଚେନ୍ନାଇର ଅଧିନାୟକ ଧୋନୀଙ୍କ ବିଷୟରେ କହିଛନ୍ତି, ଧୋନୀ ଆଇପିଏଲର ପରବର୍ତ୍ତୀ ଦୁଇ ତିନି ସିଜନରେ ଖେଳିବାକୁ ଫିଟ ଦେଖାଯାଉଛନ୍ତି। ଗତ ୩-୪ ସିଜିନ୍‌ ହେବ ମୁଁ ଶୁଣି ଆସୁଛି ଧୋନୀ ଅବସର ନେବେ କିନ୍ତୁ ସେ ଆଗ ଅପେକ୍ଷା ଅଧିକ ଫିଟ୍‌ ଜଣାପଡୁଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲ୍‌ର ୧୬ତମ ସିଜନର ପ୍ରଥମ ମ୍ୟାଚ ୩୧ ମାର୍ଚ୍ଚରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସକୁ ଭେଟିବ।

Share