Categories: ଜାତୀୟ

ଅନ୍ନଦାତା କରିବେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୨।୧: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ଇତିମଧ୍ୟରେ ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୪ରେ ସରକାର ଏବଂ ଚାଷୀ ସଂଗଠନ ନେତାଙ୍କ ମଧ୍ୟରେ ୬ଷ୍ଠ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଅସଫଳ ହେଲେ ଜାନୁୟାରୀ ୨୬ରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି କରାଯିବ ବୋଲି ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ଅନ୍ନଦାତାମାନେ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ଜାନୁୟାରୀ ୬ରେ କୁଣ୍ଡଳୀ-ମାନେସାର-ପାଲଓ୍ବାଲ ଏକ୍ସ୍‌ପ୍ରେସ୍‌ଓ୍ବେରେ ମଧ୍ୟ ଟ୍ରାକ୍ଟର ରାଲି କରାଯିବ। ସେହିପରି ଜାନୁୟାରୀ ୨୩ରେ ମଧ୍ୟ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରାଯିବ ବୋଲି ଅନ୍ନଦାତା କହିଛନ୍ତି।

Share