ବାତିଲ ହୋଇପାରେ ଟୁଇଟର ଡିଲ୍‌!

ଓ୍ବାଶିଂଟନ୍‌, ୬ା୬: ଜାଲ୍‌ ଟୁଇଟର ଆକାଉଣ୍ଟ ଏବଂ ସ୍ପାମ୍‌ ଉପରେ ଡାଟା ନ ମିଳିଲେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ହୋଇଥିବା ୪୪ ବିଲିୟନ ଡଲାର ଡିଲ୍‌କୁ ବାତିଲ କରିଦେବେ ବୋଲି ଟେସ୍‌ଲା ମାଲିକ ଏଲନ୍‌ ମସ୍କ କହିଛନ୍ତି। ସୋମବାର ଏନେଇ ମସ୍କ କମ୍ପାନୀକୁ ଏକ ପତ୍ର ଲେଖି ଜଣାଇଛନ୍ତି। ଟୁଇଟର ଏହାର ଚୁକ୍ତିକୁ ଖୋଲାଖୋଲି ଉଲ୍ଲଂଘନ କଲେ ଏହି ପ୍ଲାଟଫର୍ମ କ୍ରୟ ଡିଲ୍‌କୁ ବାତିଲ କରିବା ପାଇଁ ତାଙ୍କ ନିକଟରେ ସବୁ ଅଧିକାର ରହିଛି ବୋଲି ମସ୍କ କହିଛନ୍ତି। ଫେକ୍‌ ଆକାଉଣ୍ଟ ଉପରେ ତଥ୍ୟ ନ ମିଳିବା ପର୍ଯ୍ୟନ୍ତ ଟୁଇଟର ଡିଲ୍‌କୁ ସ୍ଥଗିତ ରଖାଯିବ ବୋଲି ଗତ ମାର୍ଚ୍ଚରେ ମସ୍କ କହିଥିଲେ।

Share