ଗୋଟିଏ ଦିନରେ ସମାପ୍ତ କରିଦେବି ରୁଷିଆ-ୟୁକେନ୍‌ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୯।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯଦି ତାଙ୍କ ସରକାର ଗଠନ ହୁଏ ତେବେ ସେ ଗୋଟିଏ ଦିନରେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ସେ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ନେତାଙ୍କର ଏହି ସମସ୍ୟାର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଶକ୍ତି ନାହିଁ।

ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟ୍ରମ୍ପ କହିଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିଅର ଜେଲେନସ୍କିଙ୍କ ସହ ତାଙ୍କର ସମ୍ପର୍କ ବହୁତ ଭଲ। ଯଦି ମୁଁ କ୍ଷମତାକୁ ଫେରିବି, ତେବେ ମୁଁ ଦୁଇ ନେତାଙ୍କ ମଧ୍ୟରେ ଏକ ଚୁକ୍ତି କରିବି ଏବଂ ଗୋଟିଏ ଦିନରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦର ଅନ୍ତ ଘଟାଇବି। ପୁଟିନ ଜେଲେନସ୍କି ସ୍ମାର୍ଟ ଅଟନ୍ତି। ଫ୍ରାନ୍ସର ମାକ୍ରୋନ ମଧ୍ୟ ବହୁତ ସ୍ମାର୍ଟ । ଏସବୁ ନେତା ବହୁତ ଚତୁର। କିନ୍ତୁ ଆମର ଜଣେ ନେତା ବାଇଡେନ ଅଛନ୍ତି ଯିଏ କ’ଣ ଘଟୁଛି ତାହା ଜାଣନ୍ତି ନାହିଁ। ଆମେରିକାର ଇତିହାସରେ ବର୍ତ୍ତମାନର ସମୟ ସବୁଠାରୁ ଖରାପ ସମୟ ।

ଟ୍ରମ୍ପ ଆହୁରି କହିଛନ୍ତି ମୁଁ ଜେଲେନସ୍କିଙ୍କୁ ଭଲ ଭାବେ ଜାଣିଛି। ମୁଁ ପୁଟିନଙ୍କୁ ମଧ୍ୟ ଭଲଭାବେ ଜାଣେ। ଉଭୟଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ ଏବଂ ବହୁତ ଗଭୀର। ମୁଁ ଆଉ ଜେଲେନସ୍କିଙ୍କୁ କହିବି ଆଉ ଅଧିକ ନୁହେଁ, ଆପଣଙ୍କୁ ଏକ ଡିଲ କରିବାକୁ ପଡିବ । ମୁଁ ପୁଟିନଙ୍କୁ କହିବି ଯଦି ତୁମେ ଆପୋଷ ବୁଝାମଣା ନ କର, ମୁଁ ୟୁକ୍ରେନକୁ ବହୁତ କିଛି ଦେବି। ଆମେ ୟୁକ୍ରେନକୁ ଏହାଠାରୁ ଅଧିକ ଦେଇପାରିବୁ ଯାହା ଏପର୍ଯ୍ୟନ୍ତ ମିଳି ନାହିଁ । ମୁଁ ଦିନେ ଦୁହିଁଙ୍କ ମଧ୍ୟରେ ଗୋଟିଏ ଦିନରେ ଚୁକ୍ତି କରି ଦେବି ।

Share