Categories: ଜାତୀୟ

ଅଣ୍ଡରଓ୍ବାଲର୍‌ଡ ସହ ନବାବ ମଲିକଙ୍କ ରହିଛି ସମ୍ପର୍କ: ଫଡନଭୀସ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନବାବ ମଲିକ ଏବେ ଚର୍ଚ୍ଚାରେ ଅଛନ୍ତିି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ମଲିକ ଅଭିଯୋଗ କରିଛନ୍ତି ଯେ, ଦେବେନ୍ଦ୍ର ଫଡନାଭିସଙ୍କ ପୃଷ୍ଠପୋଷକତାରେ ମୁମ୍ବାଇ, ମହାରାଷ୍ଟ୍ର ଏବଂ ଗୋଆରେ ଡ୍ରଗ୍ସ କାରବାର ହେଉଛି। ଏପରି ଅଭିଯୋଗ ଆସିବା ପରେ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏକ ଖବରଦାତା ସମ୍ମିଳନୀ ଡାକି ସଫେଇ ଦେଇଛନ୍ତି। ଫଡନାଭିସ କହିଛନ୍ତି, ନବାବ ମଲିକଙ୍କ ଅଣ୍ଡରୱାଲର୍‌ଡ ସହିତ ଲିଙ୍କ ଅଛି, ମୁଁ ଗଣମାଧ୍ୟମକୁ ଏହାର ପ୍ରମାଣ ଦେବି। ମଲିକଙ୍କ ଅଭିଯୋଗ ହାସ୍ୟାସ୍ପଦ। ସେ ଦୀପାବଳି ପୂର୍ବରୁ ଏକ ଛୋଟ ବାଣ ଫୁଟାଇଛନ୍ତି, ମୁଁ ଦୀପାବଳି ପରେ ବୋମା ବିସ୍ଫୋରଣ କରିବି ବୋଲି ଫଡନଭୀସ କହିଛନ୍ତି।
ସୂଚନାଯୋଗ୍ୟ, କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ନାଁରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କୁ ଲଗାତାର ଅଭିଯୋଗ କରୁଛନ୍ତି। ନବାବ ମଲିକ ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖଡେ ଅନୁସୂଚିତ ଜାତିର ନୁହଁନ୍ତି।

Share