Categories: ଜାତୀୟ

ଶେଷ ନିଃଶ୍ୱାସ ଯାଏ ଭାଜପା ଲାଗି ଲଢ଼ିବି: ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ବିଧାନସଭାରେ ବିଦାୟ ଭାଷଣ ଦେଇଛନ୍ତି। ଏଥିରେ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଭାଜପାକୁ ଜିତାଇବା ଲାଗି ସେ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି।

ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇ ୟେଦୁରପ୍ପା କହିଛନ୍ତି, ଆଉ ରାଜ୍ୟ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ହେଲେ ଦଳକୁ ଆଗକୁ ନେବା ଲାଗି ଶେଷ ନିଃଶ୍ୱାସ ଯାଏ ଲଢ଼େଇ ଜାରି ରଖିବେ। ଆର୍‌ଏସ୍‌ଏସ୍‌ ଯୋଗୁ ସେ ଏଠାରେ ପହଞ୍ଚିଛନ୍ତି। ଆର୍‌ଏସ୍‌ଏସ୍‌ ଦିନରେ ପାଇଥିବା ପ୍ରଶିକ୍ଷଣ ତାଙ୍କୁ ବେଶ ସାହାଯ୍ୟ କରିଛି। ଏଥିଲାଗି ବିଧାନସଭାକୁ ଛାଡ଼ୁଥିଲେ ହେଁ ଦଳ ପାଇଁ କାମ କରିବେ ବୋଲି ସେ କହିଛନ୍ତି।

Share