Categories: ଜାତୀୟ

ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ଘଟଣା, ରକ୍ଷାମନ୍ତ୍ରୀ କହିଲେ- ‘ଗଭୀର ସମୁଦ୍ରରୁ ସେମାନଙ୍କୁ ଖୋଜି ବାହାର କରିବୁ’

ଓ୍ବାଶିଂଟନ,୨୪ା୧୨: ଆରବ ସଗାରର ତୈଳ ପରିବହନ କରୁଥିବା ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ଘଟଣାରେ ବଡ଼ ବୟାନ ଦେଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ। ମଙ୍ଗଳବାର ‘ଆଇଏନଏସ ଇମ୍ଫାଲ’ ଲଞ୍ଚ ଅବସରରେ ସେ ଏହା କହିଛନ୍ତି।

ଭାରତ ସରକାର ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ଘଟଣା ପରେ ଭାରତୀୟ ନୌସେନା ଏହାର ସର୍ଭିଲାନ୍ସ ବଢ଼ାଇଦେଇଛି। ଏହା ପଛରେ ଥିବା ଅଭିଯୁକ୍ତଙ୍କୁ ଗଭୀର ସମୁଦ୍ରରୁ ଖୋଜି ଦଣ୍ଡିତ କରିବୁ। ସମଗ୍ର ଭାରତ ମହାସାଗରରେ ସୁରକ୍ଷା ଯୋଗାଇବା ପାଇଁ ଭାରତ ଆଗରେ ରହିଛି। ଏହା ସହିତ ସାମୁଦ୍ରିକ କାରବାରକୁ ସୁରକ୍ଷା ଯୋଗାଇବା ପାଇଁ ଭାରତ ଏହାର ମିତ୍ର ରାଷ୍ଟ୍ର ମାନଙ୍କ ସହିତ ଏହି ଦିଗେ ମଧ୍ୟ କାର୍ଯ୍ୟ କରୁଛି।

ଏହି ଆକ୍ରମଣ – ଭାରତର ପଶ୍ଚିମ ଉପକୂଳରୁ ୪୦୦ କିଲୋମିଟର ଦୂରରେ ଘଟିଥିଲା।ଯାହା ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା କରାଯାଇଥିବା ଅନେକ ଆକ୍ରମଣ ମଧ୍ୟରୁ ଗୋଟିଏ ଥିଲା, ଯେଉଁମାନେ ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ଲୋହିତ ସାଗରର ପରିବହନ ପଥକୁ ଟାର୍ଗେଟ କରିଥିଲେ।

ରବିବାର ଏମଭି କେମ ପ୍ଲୁଟୋନ ନାମକ ଏକ ଅଏଲ ଟ୍ୟାଙ୍କର ସାଉଦି ଆରବର ଏକ ବନ୍ଦରରୁ କର୍ଣ୍ଣାଟକର ମାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବା ସମୟରେ ଡ୍ରୋନ୍ ଷ୍ଟ୍ରାଇକ୍ରେ ବିମାନରେ ନିଆଁ ଲାଗି ଯାଇଥିଲା। ଯାହାକୁ ନେଇ ଭାରତ ସମେତ ବିଭିନ୍ନ ସତର୍କ ହୋଇଯାଇଥିଲେ।

Share