Categories: ଜାତୀୟ

ପରିବାରରୁ ଜଣକୁ ଚାକିରି: ଯୋଗୀ

ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶରେ ପ୍ରତି ପରିବାରରୁ ଅନୂ୍ୟନ ଜଣକୁ ନିଶ୍ଚୟ ସରକାରୀ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦକ୍ଷତା ମ୍ୟାପିଙ୍ଗ୍‌ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଯେଉଁ ପରିବାରରୁ କେହି ନିଯୁକ୍ତି ପାଇନାହାନ୍ତି, ତାହାର ଏକ ତାଲିକା ପ୍ରସ୍ତୁତ କରାଯିବ। ସେହି ପରିବାରର ସଦସ୍ୟମାନଙ୍କୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ଅନୂ୍ୟନ ଜଣଙ୍କୁ ଚାକିରି ଦିଆଯିବ ବୋଲି ଏକ ନିଯୁକ୍ତି ମେଳାରେ ଉଦ୍‌ବୋଧନ ଦେଇ ଆଦିତ୍ୟନାଥ କହିଛନ୍ତି। ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ତାଲିମ ଦିଆଯାଇ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତିରେ ସାମିଲ କରାଯିବ। ରାଜ୍ୟର କୌଣସି ପରିବାର ନିଯୁକ୍ତିରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share